ଦ୍ୱିତୀୟ ବିପର୍ଯ୍ୟୟ ପରିଚାଳନା ଅଭ୍ୟାସ ପାଇଁ ପ୍ରସ୍ତୁତି

ଭୁବନେଶ୍ୱର: ଓଡ଼ିଶାରେ ବିମ୍‌ଷ୍ଟେକ୍‌ର ଦ୍ୱିତୀୟ ବିପର୍ଯ୍ୟୟ ପରିଚାଳନା ଅଭ୍ୟାସ ପାଇଁ ପ୍ରସ୍ତୁତିକୁ ମୁଖ୍ୟମନ୍ତ୍ରୀ ଉଦଘାଟନ କରିଛନ୍ତି। ପ୍ରାକୃତିକ ବିପର୍ୟ୍ୟୟ ସମୟରେ କିଭଳି ଐତିହ୍ୟ ତଥା ସାଂସ୍କୃତିକ ସ୍ଥଳକୁ ରକ୍ଷା କରାଯାଇ ପାରିବ ସେ ନେଇ ଯୋଜନା ଚାଲିଛି। ଏଥିରେ ବିମ୍‌ଷ୍ଟେକ୍‌ରେ ସାମିଲ ଥିବା ସାତଟି ଦେଶ ମଧ୍ୟରୁ ଭାରତ ସହ ବାଂଲାଦେଶ, ମିଆଁମାର, ଶ୍ରୀଲଙ୍କା ଓ ନେପାଳର ପ୍ରତିନିଧିମାନେ ଯୋଗଦେଇଛନ୍ତି। ଏହି କାର୍ଯ୍ୟକ୍ରମରେ ଏନଡିଆରଏଫ୍ ଡିଜି ସତ୍ୟ ନାରାୟଣ ପ୍ରଧାନ, ପୁଲିସ ଡିଜି ଅଭୟ, ସ୍ୱତନ୍ତ୍ର ରିଲିଫ କମିଶନର ପ୍ରଦୀପ କୁମାର ଜେନା ପ୍ରମୁଖ ଉପସ୍ଥିତଥିଲେ।

ସୂଚନା ଅନୁଯାୟୀ, ବିମ୍‌ଷ୍ଟେକ୍‌ର ଏହି ବିପର୍ୟ୍ୟୟ ପରିଚାଳନା କାର୍ୟ୍ୟକ୍ରମ ୩ ଦିନ ଧରି ଚାଲିବ। ଆସନ୍ତାକାଲି ରାମଚଣ୍ଡି ବିଚ୍‌ରେ ବିପର୍ୟ୍ୟୟ ପରିଚାଳନାର ଅଭ୍ୟାସ ଅନୁଷ୍ଠିତ ହେବ।

Comments are closed.