ଦିଲୀପ ରାୟ ହେଉଛନ୍ତି ଜଣେ ନିରବ ବ୍ୟକ୍ତିତ୍ବ

ଭୁବନେଶ୍ୱର : ଦିଲୀପ ରାୟଙ୍କ ନିରବ ବ୍ୟକ୍ତିତ୍ବ ତାଙ୍କୁ ଆଜି ସଫଳତାର ଶୀର୍ଷରେ ପହଞ୍ଚାଇପାରିଛି। ସମୟର କିପରି ସଫଳ ବିନିଯୋଗ କରାଯାଏ ତାହା ତାଙ୍କଠାରୁ ଶିଖିବାର ଅ ଛିବୋଲି ଅବସରପ୍ରାପ୍ତ ପ୍ରଶାସକ ତଥା ରେଭେନ୍ସା ବିଶ୍ବବିଦ୍ୟାଳୟ ପୂର୍ବତନ କୁଳପତି ଦେବଦାସ ଛୋଟରାୟ କହିଛନ୍ତି।

ଦିଲୀପ ରାୟ ଜୟନ୍ତୀ କମିଟି ପକ୍ଷରୁ ସଭାପତି ସୁଶିଲ ରାୟଙ୍କ ଅଧ୍ୟକ୍ଷତାରେ ଆେୟାଜିତ ଦିଲୀପ ରାୟଙ୍କ ଜନ୍ମଦିନ ପାଳନ ଉତ୍ସବରେ ମୁଖ୍ୟବକ୍ତା ଭାବେ ଯୋଗଦେଇ ଶ୍ରୀ ଛୋଟରାୟ ଏହା କହିଛନ୍ତି । ଦିଲୀପଙ୍କ ସହ ତାଙ୍କର ପ୍ରଥମ ପରିଚୟ ଜଣେ ମନ୍ତ୍ରୀ ଭାବେ ହୁଏ। କେନ୍ଦ୍ର ଖାଦ୍ୟ ପ୍ରକ୍ରିୟାକରଣ ମନ୍ତ୍ରୀ ଥିଲା ବେଳେ ସେ ଯୁଗ୍ମ ସଚିବ ଭାବେ ଅବସ୍ଥାପିତ ଥିଲେ। ତାଙ୍କର ସମୟାନୁବର୍ତ୍ତିତା, ପ୍ରତିଶ୍ରୁତିବଦ୍ଧତା ଓ ତୁରନ୍ତ ନିଷ୍ପତ୍ତି ଗ୍ରହଣ ଦକ୍ଷତା ରାଜନୀତିରେ ତାଙ୍କୁ ପ୍ରତିଷ୍ଠିତ କରିପାରିଥିଲା ବୋଲି କହିଥିଲେ। ମୁଖ୍ୟଅତିଥି ଭାବେ ବଲିଉଡ ଅଭିନେତା ଗୋବିନ୍ଦା ଯୋଗଦେଇ ଦିଲୀପଙ୍କୁ ରିଅଲ ହିରୋ ବୋଲି ବର୍ଣ୍ଣନା କରିଥିଲେ। ସେ କହିଥିଲେ ଯେ ସବୁବେଳେ ସେ ରିଅଲ ହିରୋଙ୍କଠାରୁ ପ୍ରେରଣା ପାଇଥାନ୍ତି। ଦିଲୀପ ରାୟ ସେମାନଙ୍କ ମଧ୍ୟରୁ ଅନ୍ୟତମ। ତାଙ୍କ ଜୀବନ ଶୈଳୀ ଅନୁଧ୍ୟାନ କଲେ ସଫଳତା କିପରି ହାସଲ କରାଯାଏ ଶିକ୍ଷା କରି ହେବ। ସମ୍ମାନିତ ଅତିଥି ଭାବେ ଯୋଗଦେଇ ମୁମ୍ବାଇର ପୂର୍ବତନ ପୁଲିସ କମିଶନର ତଥା ‘ଓଡିଶା ଆମ ପରିବାର’ କାର୍ଯ୍ୟକ୍ରମର ଆବାହକ ଅରୁପ ପଟ୍ଟନାୟକ ତାଙ୍କୁ ଅଜାତ ଶତ୍ରୁ ଭାବେ ବର୍ଣ୍ଣନା କରିଥିଲେ। ଶାନ୍ତ, ସରଳ ବ୍ୟକ୍ତିତ୍ବ ଦିଲୀପ ବାବୁ ସବୁବେଳେ କାମରେ ନିଜକୁ ନିେୟାଜିତ କରି ରଖିଥାନ୍ତି। ଏହା ହିଁ ତାଙ୍କ ସଫଳତାର ରହସ୍ୟ େବାଲି କହିଥିଲେ। ଦିଲୀପ ରାୟଙ୍କ ସମ୍ପର୍କରେ ଦୁର୍ଗାପ୍ରସାଦ ମହାନ୍ତି ସୂଚନା ଦେଇଥିଲେ। ଏହି ଅବସରରେ ବିଭିନ୍ନ େକ୍ଷତ୍ରରେ ସଫଳତା ହାସଲ କରିଥିବା ବ୍ୟକ୍ତି ବିେଶଷଙ୍କୁ ସମ୍ବର୍ଦ୍ଧିତ କରାଯାଇଥିଲା।

Comments are closed.