ସାମ୍ବାଦିକଙ୍କ ସୁରକ୍ଷା ଓ ନିରାପତ୍ତା ପାଇଁ କଡ଼ା ଆଇନର ଆବଶ୍ୟକ

ଭୁବନେଶ୍ବର : ସାମ୍ବାଦିକ ସୁରକ୍ଷା ଓ ନିରାପତ୍ତା ପ୍ରସଙ୍ଗକୁ ନେଇ ସ୍ଥାନୀୟ ପାନ୍ଥ ନିବାସଠାରେ ରବିବାର ସନ୍ଧ୍ୟାରେ ଏକ ଆଲୋଚନା ଚକ୍ର ଅନୁଷ୍ଠିତ ହୋଇଯାଇଛି। କର୍ତ୍ତବ୍ୟରତ ସାମ୍ବାଦିକ ମାନକୁ ସୁରକ୍ଷା ଓ ନିରାପତ୍ତା ଯୋଗାଇ ଦେବାକୁ ବିଶିଷ୍ଟ ବ୍ୟକ୍ତିମାନେ ମତ ବ୍ୟକ୍ତ କରିଛନ୍ତି।  ପ୍ରଗତିଶୀଳ ସମ୍ବାଦପତ୍ର ‘ ଆଶାପ୍ରଦୀପ’ର ଆନୁକୂଲ୍ୟରେ ଆୟୋଜିତ ଏହି ସମ୍ମାରୋହରେ ମୁଖ୍ୟ ଅତିଥି ଭାବରେ ବରିଷ୍ଠ ସାମ୍ବାଦିକ ରବି ଦାସ ଯୋଗଦେଇ ରାଜ୍ୟ ତଥା ଦେଶ ବିଦେଶରେ ସାମ୍ବାଦିକ ମାନଙ୍କ ଉପରେ ଆକ୍ରମଣ ବୃଦ୍ଧି ପାଉଛି ତେଣୁ ଏହାକୁ ରେକିବା ପାଇଁ କଡ଼ା ଆଇନ ପ୍ରଣୟନ କରିବା ନେଇ ମତ ଦେଇଥିଲେ।

ସମ୍ପାଦିକା ବ୍ରାହ୍ମୀପ୍ରିୟା ସାମନ୍ତରାୟଙ୍କ ସଭାପତିତ୍ବରେ ଅନୁଷ୍ଠିତ ଏହି ଉତ୍ସବରେ ବରିଷ୍ଠ ସମ୍ବାଦିକ ପ୍ରଦୋଷ ପଟ୍ଟନାୟକ, ପବିତ୍ର ସାମନ୍ତରାୟ, ଲେଲିନ ମହାନ୍ତି, ଅସିତ ମହାନ୍ତି, ଆଇନଜିବୀ ସଙ୍ଗୀତା ପଟ୍ଟନାୟକ, ଜିମୂତ ମଙ୍ଗରାଜ , କିଶୋର ଦ୍ବିବେଦୀ ପ୍ରମୁଖ ଯୋଗ ଦେଇ ସୁଚିନ୍ତିତ ମତ ବ୍ୟକ୍ତ କରିଥିଲେ।

ସୂଚନା ଯୋଗ୍ୟ,  ୨୦୧୪ -୧୯ ପାଞ୍ଚବର୍ଷ ମଧ୍ୟରେ ସାମ୍ବାଦିକ ମାନଙ୍କୁ ଆକ୍ରମଣ ହୋଇଥିବା ନେଇ ୧୯୮ଟି ମାମଲା ରୁଜୁ ହୋଇଛି। କେବେଳ ୨୦୧୯ରେ ୩୬ଟି ମାମଲା ରୁଜୁ ହୋଇଥିବା ଜଣା ପଡ଼ିଛି । ତେଣୁ ଏହି ସବୁ ଘଟଣାର ସମାଧାନ ତଥା ଏହାକୁ ରୋକିବା ପାଇଁ ଆଉ ଏକ ପ୍ରେସ କମିଶନ ବସାଇବା ନେଇ ଅତିଥି ମାନେ ମତ ପ୍ରକାଶ କରିଥିଲେ।

ବରିଷ୍ଠ ସାମ୍ବାଦିକ ଜିମୂତ ମଙ୍ଗରାଜଙ୍କୁ  ‘ଆଶା ଭଗବାନ ସ୍ମୃତି ସମ୍ମାନ ୨୦୧୯’  ପ୍ରଦାନ କରାଯାଇଥିଲା। ଶ୍ରେଷ୍ଠ ସାମ୍ବାଦିକ ଗୌରବ ସମ୍ମାନ ବରିଷ୍ଠ ସାମ୍ବାଦିକ ପ୍ରଦୋଷ ପଟ୍ଟନାୟକ, ଅସିତ ମହାନ୍ତି, ବିଜୟ କୁମାର ମହାନ୍ତି ପ୍ରମୁଖଙ୍କୁ ପ୍ରଦାନ କରାଯାଇଥିଲା। ଆଶାପ୍ରଦୀପ ସମ୍ବାଦପତ୍ରର ବିଶେଷ ସଂଖ୍ୟାକୁ ଉନ୍ମୋଚନ କରାଯିବା ସହ ଓ୍ବେବ ଚନେଲ ‘ଆଶାପ୍ରଦୀପ’ ନ୍ୟୁଜର ଲୋକାର୍ପଣ କରାଯାଇଥିଲା।

Comments are closed.