୪ ମହିଳାଙ୍କୁ ‘ଚରଣ ସ୍ପର୍ଶ’ ପୁରସ୍କାର

ଭୁବନେଶ୍ବର :  କନ୍ୟା ଅନ୍‍ମୋଲ୍‍ ହୈ (କେଏଏଚ୍‍) ଦ୍ୱାରା ଆୟୋଜିତ ସ୍ୱତନ୍ତ୍ର କାର୍ଯ୍ୟକ୍ରମରେ ପ୍ରଖ୍ୟାତ ଓଡ଼ିଶୀ କଣ୍ଠଶିଳ୍ପୀ ଡ. ଶ୍ୟାମାମଣି ଦେବୀ ପଟ୍ଟନାୟକ, ଅଲମ୍ପିଆଡ ଅନୁରାଧା ବିଶ୍ୱାଳ, ପ୍ରତିଷ୍ଠିତ ଅଭିନେତ୍ରୀ ଜୟା ସ୍ୱାମୀ, ଓଡ଼ିଆ ଲେଖିକା ବନଜା ଦେବୀଙ୍କୁ ‘ଚରଣ ସ୍ପର୍ଶ ପୁରସ୍କାର ୨୦୧୯’ରେ ସମ୍ମାନିିତ କରାଯାଇଛି। ବଲିଉଡ୍‍ ଅଭିନେତ୍ରୀ ରିମି ସେନ, ସାମାଜିକ କାର୍ଯ୍ୟକର୍ତ୍ତା ସୁମାନି ଝାଡ଼ିଆ, ମୀରା ପରିଡ଼ା, ଭୁବନେଶ୍ୱର ଉତ୍ତର ବିଧାୟକ ସୁଶାନ୍ତ ରାଉତ, ରୋଟାରୀ ଗଭର୍ଣ୍ଣର ଦେବାଶିଷ ମିଶ୍ର, ରାଜ୍ୟ ଶିଶୁ ଅଧିକାର ସୁରକ୍ଷା କମିସନ ସଦସ୍ୟା ମନ୍ଦାକିନୀ କର, ମେଘନା କାନୁନଗୋ, ଅର୍ପିତା ବଡ଼ଜେନା ପ୍ରମୁଖ ଏହି କାର୍ଯ୍ୟକ୍ରମରେ ଯୋଗ ଦେଇଥିଲେ। ଏହି ଅବସରରେ ସାକ୍ଷରତା ଉପରେ ଆଧାରିତ କ୍ଷୁଦ୍ର ଚଳଚ୍ଚିତ୍ର ‘ନିରକ୍ଷରତା ଅଭିଶାପ ,ସାକ୍ଷରତା ବରଦାନ’ ବଲିଉଡ୍‍ ଅଭିନେତ୍ରୀ ରିମି ସେନ ଏବଂ ଆହାନା ବରାଳଙ୍କ ଦ୍ୱରା ଲୋକାର୍ପିତ ହୋଇଛି। କାର୍ଯ୍ୟକ୍ରମ‌େ‌ର ‘କେଏଏଚ୍‍’ର ଜାତୀୟ ଆବାହକ ସରୋଜ ଦାଶ , ପ୍ରତିଷ୍ଠାତା ସସ୍ମିତା ଦାଶ, ସଭାପତି ଅର୍ଚ୍ଚନା ପାଣିଗ୍ରାହୀ, ଦେବସ୍ମିତା ଦାସ, ମଧୁସ୍ମିତା ନାୟକ, ସୁଭଦ୍ରା ନାୟକ, ରାଜଲକ୍ଷ୍ମୀ ନନ୍ଦ, ଶୈଳୀ ଗୁପ୍ତା, ସୁଭାଲି ଦାସ ପ୍ରମୁଖ ଉପସ୍ଥିତ ଥିଲେ।

Comments are closed.