ଆଦିବାସୀ ପ୍ରଦର୍ଶନୀ ପଡିଆରେ ରାଜ୍ୟସ୍ତରୀୟ ବିଶ୍ବ ଭିନ୍ନକ୍ଷମ ଦିବସ

ଭୁବନେଶ୍ବର : ବିଶ୍ବ ଭିନ୍ନକ୍ଷମ ଦିବସ ଅବସରରେ ଭୁବନେଶ୍ବର ଆଦିବାସୀ ପ୍ରଦର୍ଶନୀ ପଡିଆରେ ଏକ ରାଜ୍ୟ ସ୍ତରୀୟ ଉତ୍ସବ ଅନୁଷ୍ଠିତ ହୋଇଯାଇଛି । ଏହି ଉତ୍ସବରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଭିନ୍ନକ୍ଷମମାନେ ଯେପରି ସେମାନଙ୍କ ଅଧିକାରରୁ ବଞ୍ଚିତ ନ ହୁଅନ୍ତି ସେଥିପ୍ରତି ଯତ୍ନବାନ ହେବାକୁ ପରାମର୍ଶ ଦେଇଥିଲେ। ସମାଜର ସେମାନେ ଗୁରୁତ୍ବପୂର୍ଣ୍ଣ ଅଂଶ ସେମାନଙ୍କର ସମାଜ ବିକାଶର ମଧ୍ୟ ଆବଦାନ ରହିଛି ବୋଲି କହିଥିଲେ।

ଏହି ଅବସରରେ ମୁଖ୍ୟମନ୍ତ୍ରୀ ଭିନ୍ନକ୍ଷମ ମାନଙ୍କ ଦ୍ବାରା ଆୟୋଜିତ ଫଟୋ ପ୍ରଦର୍ଶନ ଓ ସେମାନଙ୍କ ଦ୍ବାରା ଉତ୍ପାଦିତ ସାମଗ୍ରୀର ପ୍ରଦର୍ଶନୀ ଉଦଘାଟନ କରିଥିଲେ।  ଅନ୍ୟମାନଙ୍କ ପାଇଁ ଉଦାହରଣ ସୃଷ୍ଟି କରିପାରିଥିବା ଆଠ ଜଣ ଭିନ୍ନକ୍ଷମଙ୍କୁ ପୁରସ୍କୃତ କରିଥିଲେ। ଏହି ଅବସରରେ ଦୁଇ ଜଣ ହିତାଧିକାରୀଙ୍କୁ ତନିଚକିଆ ଗାଡି ଏବଂ ଦୁଇ ଜଣ ଛାତ୍ରଛାତ୍ରୀଙ୍କୁ ଲାପଟପ ପ୍ରଦାନ କରିଥିଲେ। ସମ୍ବଲପୁର ଜିଲାକୁ ଭିନ୍ନକ୍ଷମ କଲ୍ୟାଣ କ୍ଷେତ୍ରରେ ଉଲ୍ଲେଖନୀୟ କାମ ପାଇଁ ବେଷ୍ଟ ପରଫରମିଂ ଜିଲା ଭାବରେ ପୁରସ୍କୃତ କରାଯାଇଥିଲା।

ଏହି କାର୍ଯ୍ୟକ୍ରମରେ ବିଭାଗୀୟ ମନ୍ତ୍ରୀ  ଆଶୋକ ପଣ୍ଡା , ଭୁବନେଶ୍ବର ମଧ୍ୟ ଓ ଉତ୍ତର ବିଦାୟକ , ଭିନ୍ନକ୍ଷମ କମିଶନର ଏବଂ ବିଭାଗର ଶାସନ ସଚିବା ଉପସ୍ଥିତ ଥିଲେ।

Comments are closed.