ଓଡ଼ିଶାରେ ଗଡ଼ିବ ବସ୍: ଗ୍ରୀନ୍‌ଜୋନ୍‌ ପାଇଁ ମିଳିଲା ଅନୁମତି

ଭୁବନେଶ୍ବର: ମଇ ୩ରୁ ୧୭ ତାରିଖ ମଧ୍ୟରାତ୍ର ପର୍ଯ୍ୟନ୍ତ ଲକ୍‌ ଡାଉନ୍‌ ବୃଦ୍ଧି ପାଇଥିବାରୁ ସାମାଜିକ ଦୂରତ୍ୱ ଏବଂ ସଙ୍ଗରୋଧକୁ ଆଖି ଆଗରେ ରଖି ଗ୍ରୀନ୍‌ ଜୋନ୍‌ରେ ବସ୍‌ ଚଳାଚଳ ପାଇଁ ରାଜ୍ୟ ସରକାର ଅନୁମତି ପ୍ରଦାନ କରିଛନ୍ତି। ଗ୍ରୀନ୍‌ ଜୋନ୍‌ରେ ଆନ୍ତଃଜିଲ୍ଲା ଏବଂ ଜିଲ୍ଲା ଭିତରେ ବସ୍‌ ଚଳାଚଳ ପାଇଁ ରାଜସ୍ୱ ଓ ବିପର୍ଯ୍ୟୟ ପରିଚାଳନା ବିଭାଗ ପକ୍ଷରୁ ନିର୍ଦ୍ଦେଶନାମା ଜାରି କରାଯାଇଛି। ଏହି ନିର୍ଦ୍ଦେଶନାମା ଅନୁଯାୟୀ ବସ୍‌ଗୁଡ଼ିକ ସିଟ୍‌ ସଂଖ୍ୟାର ୫୦ ପ୍ରତିଶତ ଯାତ୍ରୀ ନେଇପାରିବେ। ସେମାନେ କେବଳ ଗ୍ରୀନ୍‌ ଜୋନ୍‌ର ଭିତରେ ଗାଡ଼ି ଚଳାଇବେ। ରେଡ୍‌ ଜୋନ୍‌ କିମ୍ବା ଅରେଞ୍ଜ ଜୋନ୍‌ର ସୀମା ମଧ୍ୟକୁ ପ୍ରବେଶ କରିପାରିବେ ନାହିଁ। ସଂପୃକ୍ତ ବସ୍‌ଗୁଡ଼ିକର ବୈଧ ରୁଟ୍‌ ପର‌୍‌ମିଟ୍‌, ପଞ୍ଜୀକରଣ ସାର୍ଟିଫିକେଟ୍‌, ଫିଟ୍‌ନେସ୍‌ ସାର୍ଟିଫିକେଟ୍‌, ପ୍ରଦୂଷଣ ସାର୍ଟିଫିକେଟ୍‌ ଏବଂ ବୀମା କାଗଜପତ୍ର ଠିକ୍‌ ଥିବା ଆବଶ୍ୟକ।

Comments are closed.