ବୟସ୍କ ନାଗରିକଙ୍କୁ ସର୍ବାଧିକ ସମ୍ବେଦନଶୀଳ କରିଛି କୋଭିଡ୍‌-୧୯ର ଅସାଧାରଣ ପରିସ୍ଥିତି : ମୁଖ୍ୟମନ୍ତ୍ରୀ

ଭୁବନେଶ୍ବର:ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଆଜି ‘ବିଶ୍ୱ ବୟସ୍କ ଦୁର୍ବ୍ୟବହାର ପ୍ରତିରୋଧ ସଚେତନତା ଦିବସ’ ଅବସରରେ କହିଛନ୍ତି ଯେ କୋଭିଡ୍‌-୧୯ର ଅସାଧାରଣ ପରିସ୍ଥିତି ଆମର ବୟସ୍କ ନାଗରିକମାନଙ୍କୁ ଏବେ ସର୍ବାଧିକ ସ୍ପର୍ଶକାତର ବା ସମ୍ବେଦନଶୀଳ କରିଛି। ଆମେ ସମସ୍ତେ କୋଭିଡ୍‌ ମହାମାରୀର କବଳରେ ପଡ଼ିଥିବାବେଳେ ବୟସ୍କମାନଙ୍କର ପ୍ରତି ଅତିରିକ୍ତ ଯତ୍ନ ନେବା ସହିତ ସେମାନଙ୍କୁ ଯଥାଯୋଗ୍ୟ ସଂପ୍ରୀତି ଓ ସମ୍ମାନ ଜଣାଇବା ନିମନ୍ତେ ଶପଥ ନେବାକୁ ମୁଖ୍ୟମନ୍ତ୍ରୀ ଆହ୍ୱାନ ଜଣାଇଛନ୍ତି।

Comments are closed.