ରାଜ୍ୟ ଜନଜାତି ସଂଗ୍ରହାଳୟକୁ ଭର୍ଚୁଆଲ ଟୁରରେ ମାଙ୍କିରିଡିଆ ଜନଜାତି

ଭୁବନେଶ୍ବର: ଅନୁସୂଚିତ ଜନଜାତି ଓ ଅନୁସୂଚିତ ଜାତି ଉନ୍ନୟନ ବିଭାଗ ଅନ୍ତର୍ଗତ ଅନୁସୂଚିତ ଜାତି ଓ ଅନୁସୂଚିତ ଜନଜାତି ଗବେଷଣା ଓ ପ୍ରଶିକ୍ଷଣ ପ୍ରତିଷ୍ଠାନ ପରିସରରେ ଥିବା ରାଜ୍ୟ ଜନଜାତି ସଂଗ୍ରହାଳୟକୁ ଆଜି ଭର୍ଚୁଆଲ୍‌ ଟୁରରେ ଦର୍ଶକମାନେ ମାଙ୍କିରିଡ଼ିଆ ଜନଜାତିଙ୍କ ଜୀବନଶୈଳୀ ଓ ସଂସ୍କୃତିକୁ ଦେଖିପାରିବେ। ଦର୍ଶକମାନେ ଫେସବୁକ୍‌ ଓ ଟୁଇଟର ପେଜ୍‌ @scstri ଓ @stscdev ଖୋଲି ଘରେ ବସି ରାଜ୍ୟ ଜନଜାତି ସଂଗ୍ରହାଳୟର ଭିଡ଼ିଓ ସଂଦର୍ଶନ କରିପାରିବେ।

ବିର୍‌ହୋର ଜନଜାତିଙ୍କର ସ୍ଥାନୀୟ ନାଁ ହେଉଛି ମାଙ୍କିରିଡ଼ିଆ । ସ୍ଥାନୀୟ ଲୋକମାନେ ବିର୍‌ହୋର ଜନଜାତିଙ୍କୁ ବିଭିନ୍ନ ନାମ ଦେଇଥାନ୍ତି । ଏହି ଜନଜାତି ମୁଖ୍ୟତଃ ମୟୁରଭଞ୍ଜ, ଦେଓଗଡ଼ ଓ ବାଲେଶ୍ୱରରେ ବସବାସ କରିଥାନ୍ତି । କଳାହାଣ୍ଡି ଓ ସୁନ୍ଦରଗଡ଼ ଜିଲ୍ଲାରେ ଏହି ଜନଜାତି ‘ମାଙ୍କିଡ଼ି’ ନାମରେ ପରିଚିତ ଥିବାବେଳେ ମୟୁରଭଞ୍ଜ ଓ ସମ୍ବଲପୁର ଜିଲାରେ ସେମାନେ ମାଙ୍କରିିଡ଼ିଆ ନାପରେ ପରିଚିତ। ସେମାନେ ମାଙ୍କଡ଼ ଧରିବାରେ ପାରଙ୍ଗମ ଥିବାରୁ ସେମାନଙ୍କୁ ଏହିଭଳି ନାମିତ କରାଯାଇଛି । ଯେତେବେଳେ ଗ୍ରାପାଞ୍ଚଳରେ ମାଙ୍କଡ଼ମାନେ ବିଭିନ୍ନ ଶସ୍ୟ, ଫଳ ଓ ପନିପରିବା ନଷ୍ଟ କରିଥାନ୍ତି ସେତେବେଳେ ସ୍ଥାନୀୟ ଲୋକମାନେ ମାଙ୍କଡ଼ ଧରିବା ପାଇଁ ବୀରହୋର୍‌ପାନଙ୍କୁ ନିୟୋଜିତ କରିଥାନ୍ତି। ଏହି ଜନଜାତି ପ୍ରାଚୀନ ଜନଜାତିରେ ଅନ୍ତର୍ଭୁକ୍ତ ଏବଂ ସେମାନେ ଯାଯାବର ଶ୍ରେଣୀର।

ଏହି ଜନଜାତି ସାଧାରଣତଃ ଛୋଟ ଦଳ (ତଣ୍ଡା)ରେ ବାସ କରିଥାନ୍ତି । ଏଥିରେ ୧୦ରୁ ୧୫ ପରିବାର ଏକ ଗମ୍ବୁଜ ଆକାରର ପତ୍ର କୁଡ଼ିଆରେ ରୁହନ୍ତି । ତାହାକୁ ‘କୁମ୍ଭ’ କୁହାଯାଏ । କୁମ୍ଭ ବ୍ୟତୀତ ‘ଧ୍ୱଗଲ’ ଓ ‘କୁଡ଼ି ଅଡ଼ାରେ ଯଥାକ୍ରମେ ଅବିବାହିତ ପୁଅ ଓ ଝିଅମାନେ ରୁହନ୍ତି। ମାଙ୍କଡ଼ ଧରିବାରେ ମାଙ୍କିରିଡ଼ିଆମାନେ ବେଶ୍‌ ପାରଙ୍ଗମ। ମାଙ୍କିରିଡ଼ିଆମାନେ ସିଆଳିର ଦଉଡ଼ି ଓ ବାସ୍କେଟ୍‌ ପଧ୍ୟ ପ୍ରସ୍ତୁତ କରିଥାନ୍ତି । ଏହା ସେମାନଙ୍କର ପାରମ୍ପରିକ ପେଶା।

ମାଙ୍କିରିଡ଼ିଆ ଜନଜାତିଙ୍କ ମୁଖ୍ୟ ପେଶା ହେଉଛି ଶିକାର, ଖାଦ୍ୟ ସଂଗ୍ରହ, ଦଉଡ଼ି ତିଆରି କରିବା, ଶ୍ରମ
କରିବା । ସେପାନଙ୍କର ପୁଖ୍ୟ ପର୍ବ ହେଉଛି ହେରା/ଚଇତି ପରବ, ପାଘ ସର୍‌ହୁଲ୍‌, ଫଗୁଆ, ସୋହରାଇ, ଦଶହରା
ଇତ୍ୟାଦି ।

Comments are closed.