ବିଜେପି ହାତ ଛାଡ଼ିବେ ବିଜୟ

0

ଭୁବନେଶ୍ୱର : ସାଧାରଣ ନିର୍ବାଚନ-୨୦୧୯ ଯେତିକି ପାଖେଇ ଆସୁଛି ତାକୁ ତାଳ ଦେଇ ରାଜନୀତି ସମୀକରଣ ବଦଳିବାରେ ଲାଗିଛି। ରାଉରକେଲାରେ ସୁପରସ୍ପେଶାଲିଟି ହସ୍ପିଟାଲ ଓ ବ୍ରାହ୍ମଣୀ ସେତୁ ପ୍ରସଙ୍ଗରେ ବିଜେପିର ବରିଷ୍ଠ ନେତା ଦିଲୀପ ରାୟ ଦଳ ଛାଡିବା ନେଇ ନିକଟରେ ସୂଚନା ଦେବାର କିଛି ଘଣ୍ଟା ବ୍ୟବଧାନ ପରେ ଦଳର ତୁଙ୍ଗ ନେତା ବିଜୟ ମହାପାତ୍ର ସେହି ରାସ୍ତା ବାଛିଛନ୍ତି। ଶ୍ରୀ ମହାପାତ୍ର ଏବେ ଖୋଲାଖୋଲି ଗଣମାଧ୍ୟମରେ କହିଛନ୍ତି ଯେ ଦୀର୍ଘ ୨ବର୍ଷ ଧରି କେନ୍ଦ୍ରୀୟ ନେତୃବୃନ୍ଦ ଓ ରାଜ୍ୟ ବିଜେପି ନେତୃବୃନ୍ଦ ତାଙ୍କ ପ୍ରତି ଅବହେଳା କରି ଚାଲିଛନ୍ତି। ଏହି ସମୟ ମଧ୍ୟରେ ଦଳର ଯେତେସବୁ କାର୍ଯ୍ୟକ୍ରମ ହୋଇଛି ସେଠାକୁ ନଡାକିବା ସହିତ ରାଉରକେଲାର ମୁଖ୍ୟ ପ୍ରସଙ୍ଗ ପ୍ରତି ପ୍ରଧାନମନ୍ତ୍ରୀ ଗୁରୁତ୍ୱ ନଦେବା ତାଙ୍କ ପାଇଁ ଚୂଡାନ୍ତ ନିଷ୍ପତ୍ତି ନେବାକୁ ବାଧ୍ୟ କରିଛି।
ଏସମ୍ପର୍କରେ ପୂର୍ବରୁ ଦିଲୀପ ରାୟ ଗଣମାଧ୍ୟମକୁ ସୂଚନା ଦେଇଥିବାବେଳେ ଆଜି ଶ୍ରୀ ମହାପାତ୍ର ଖୋଲାଖୋଲି ଭାବେ ଦଳ ଛାଡିବା ନେଇ ସଙ୍କେତ ଦେଇଛନ୍ତି। ତାଙ୍କ ସୂଚନା ଅନୁଯାୟୀ ଆସନ୍ତା ଦିନେ କିମ୍ବା ଦୁଇଦିନ ମଧ୍ୟରେ ଶ୍ରୀ ରାୟ ଓଡ଼ିଶା ଗସ୍ତରେ ଆସିବା ପରେ ଚୂଡାନ୍ତ ନିଷ୍ପତ୍ତି ନିଆଯିବ। ତେବେ ବିଜେଡ଼ିରେ ମିଶିବାର ସମ୍ଭାବନା ରହିଛି କି ନେଇ ପଚରାଯିବାରେ ସେ କହିଛନ୍ତି ଯେ ବିଭିନ୍ନ ଦଳ ପକ୍ଷରୁ ଆମକୁ ମିଶିବାପାଇଁ ନିମନ୍ତ୍ରଣ ରହିଛି। ବୈଠକ ପରେ ବିଧିବଦ୍ଧ ଘୋଷଣା କରାଯିବ। ତେବେ ଶ୍ରୀ ମହାପାତ୍ରଙ୍କ କଥାରୁ ଗୋଟିଏ କଥା ସ୍ପଷ୍ଟ ହେଉଛି ଯେ ବିଜେପି ତାଙ୍କ ପ୍ରତି ଚରମ ଅବହେଳା କରିଛି। ତାଙ୍କର ଅସମୟରେ ଟିକିଏ ହେଲେ ପଚାରି ନାହିଁ। ଖାଲି ଯେ ତାଙ୍କ ପ୍ରତି ଅବହେଳା କରିଛି ତାହା ନୁହେଁ ଶ୍ରୀ ରାୟଙ୍କ ସ୍ୱପ୍ନ ସାକାର କରିବାରେ ବିଜେପି ମୁଖିଆ କୌଣସି ପ୍ରକାରେ ସହାୟତାର ହାତ ବଢ଼ାଇ ନାହାନ୍ତି। ଯାହାପାଇଁ ଦଳର ମୋହ ଏବେ ଭଙ୍ଗ ହୋଇଛି ଏବଂ ଆସନ୍ତା ସପ୍ତାହକ ମଧ୍ୟରେ ଦୁଇ ବରିଷ୍ଠ ନେତା ବିଜେପି ଛାଡିବେ ସ୍ପଷ୍ଟ ହୋଇଛି।
ସୂଚନାଯୋଗ୍ୟ ଯେ ଆସନ୍ତାକାଲି ବରିଷ୍ଠ ଆଇଏଏସ୍‍ ଅଧିକାରୀ ଅପରାଜିତା ଷଡ଼ଙ୍ଗୀ ବିଧିବଦ୍ଧ ଭାବେ ବିଜେପିରେ ମିଶିବାପାଇଁ ଯାଉଛନ୍ତି। ଏଥିପାଇଁ ନୂଆଦିଲ୍ଲୀ ବିଜେପି କାର୍ଯ୍ୟାଳୟରେ ଏକ ସ୍ୱତନ୍ତ୍ର କାର୍ଯ୍ୟକ୍ରମର ଆୟୋଜନ ହୋଇଛି। ଗୋଟିଏ ପଟେ ବିଜେପି ଓ ଦିଲୀପ ଦଳ ଛାଡିବାକୁ ଯାଉଥିବାବେଳେ ଅପରପକ୍ଷେ ଅପରାଜିତାଙ୍କ ଯୋଗଦେବା ଦଳ ପାଇଁ କେତେ ଫଳପ୍ରଦ ହେବ ସେନେଇ ରାଜନୀତିଜ୍ଞ ମହଲରେ ଉତ୍ସୁକତା ଦେଖାଦେଇଛି।

Leave A Reply