ମହାମାରୀ ସମୟରେ ଓଡ଼ିଆ ସାହିତ୍ୟ ଟୁଙ୍ଗିର ହାସ୍ୟରସମୂଳକ ପ୍ରୟାସ ‘ବ୍ୟଙ୍ଗରଙ୍ଗ’

ଭୁବନେଶ୍ବର : ସମଗ୍ର ବିଶ୍ୱ ମହାମାରୀର ପରିସ୍ଥିତିରେ ରହିଥିବା ବେଳେ; ବିଶ୍ୱର ପ୍ରତି କୋଣ ଅନୁକୋଣରେ ରହିଥିବା ଭାଇ ଓ ଭଉଣୀଙ୍କ ନିମନ୍ତେ ଓଡ଼ିଆ ସାହିତ୍ୟ ଟୁଙ୍ଗି ପକ୍ଷରୁ ହାସ୍ୟରସର ପୋଷକ ଅନୁଷ୍ଠିତ ହୋଇଯାଇଚି। ଆଗକୁ ଏହା ବ୍ୟଙ୍ଗରଙ୍ଗ ନାମରେ ଧାରାବାହିକ ଭାବେ ଅନୁଷ୍ଠିତ ହେବ ବୋଲି ଓଡ଼ିଆ ସାହିତ୍ୟ ଟୁଙ୍ଗିର ପରିଚାଳକ ଗଣ ଜଣାଇଛନ୍ତି ।

କିଛି ହସ ଆଉ କିଛି ଖୁସି; କିଛି କଥା ଆଉ କିଛି ଗୀତର ହସକୌତୁକ ନେଇ ଓଡ଼ିଶାର ଜନପ୍ରିୟ ସତ୍ୟାନାଶ ଓ ରେଡ଼ିଓ ଜକି ବବି ଅନସୂୟା ଓ୍ବେବିନାର୍ ମାଧ୍ୟମରେ ହାସ୍ୟରସ ପରିବେଷଣ କରିଥିଲେ । ସତ୍ୟନାଶ ସାମ୍ପ୍ରତିକ ପରିସ୍ଥିତିକୁ ନିଜର ବ୍ୟଙ୍ଗବାଣୀରେ ବଖାଣିଥିଲେ। ଅକ୍ଷୟ ମହାନ୍ତିଙ୍କ ହାସ୍ୟରସ ସମ୍ବଳିତ ସଙ୍ଗୀତକୁ ନେଇ ବବି ଅନସୂୟା ପରିବେଷଣ କରିଥିଲେ ଅକ୍ଷୟ ହାବେଳି । ଶେଷରେ ତନ୍ମୟ ପଣ୍ଡା ଓ ବବିଙ୍କ ଯୁଗଳବନ୍ଦୀରେ “ଦନେଇ ଦାସ କହେରେ ଭାଇ’’ ବୃତ୍ତେ ହସକୌତୁକିଆ ଗୀତ ଶ୍ରୋତାଙ୍କ ଶ୍ରଦ୍ଧାଭାଜନ ହୋଇଥିଲା। ସମଗ୍ର ବିଶ୍ବର ବିଭିନ୍ନ ପ୍ରାନ୍ତରୁ ସମସ୍ତେ ଏହାକୁ ଶ୍ରଦ୍ଧାର ସହ ଦେଖିଥିଲେ ଓ ଭୂୟସୀ ପ୍ରଶଂସା କରିଥିଲେ । ଏହି କାର୍ଯ୍ୟକ୍ରମରେ ପ୍ରସିଦ୍ଧ ସଙ୍ଗୀତକାର କୈଳାଶ ବୈଷ୍ଣବ ଯୋଗ ଦେଇଥିଲେ । ସଭାର ପ୍ରାରମ୍ଭ ଡଃ ସୁନନ୍ଦା ମିଶ୍ର ପଣ୍ଡା କରିଥିବା ବେଳେ ସଭାର ପରିଚାଳନା ପ୍ରଶାନ୍ତ ଭୁୟାଁ କରିଥିଲେ।  ଡ. ତନ୍ମୟ ପଣ୍ଡା ପ୍ରଶ୍ନୋତ୍ତର କାର୍ଯ୍ୟକ୍ରମର ପରିଚାଳନା କରିଥିଲେ । ଧୀରେନ୍ଦ୍ର କରି ଏହି ବ୍ୟଙ୍ଗରଙ୍ଗ କାର୍ଯ୍ୟକ୍ରମ ତଥା ଓଡ଼ିଆ ସାହିତ୍ୟ ଟୁଙ୍ଗି ସମ୍ପର୍କରେ ସବିଶେଷ ତଥ୍ୟ, ବିଶ୍ବର ବିଭିନ୍ନ ପ୍ରାନ୍ତରେ ଆଗ୍ରହର ସହ ଦେଖୁଥିବା ଦର୍ଶକଙ୍କୁ ବୁଝାଇଥିଲେ । ଏହି ଅନ୍ତର୍ଜାତୀୟ ମହାସଭାକୁ ଏଯାବତ୍ ୧୩୫୦୦ରୁ ଅଧିକ ପରିବାର ଫେସବୁକରେ ସିଧା ପ୍ରସାରଣ ମାଧ୍ୟମରେ ଦେଖିସାରିଛନ୍ତି । ବ୍ୟଙ୍ଗରଙ୍ଗର ଆଗାମୀ ଅଧ୍ୟାୟ ଅତି ଶୀଘ୍ର ପ୍ରସାରଣ ହେବ ବୋଲି ଓଡ଼ିଆ ସାହିତ୍ୟ ଟୁଙ୍ଗିର ପରିଚାଳକ ଧୀରେନ୍ଦ୍ର କର ଜଣାଇଛନ୍ତି ।

Comments are closed.