କରୋନାକୁ ହରାଇବା ପାଇଁ ସମସ୍ତଙ୍କ ସହଯୋଗ ଲୋଡ଼ା- ବିଏମସି କମିଶନର

ଭୁବନେଶ୍ବର: ଭୁବନେଶ୍ବରରେ କରୋନା ସ୍ଥିତି ନେଇ ଶନିବାର ବିଏମ୍‌ସି କମିଶନର ପ୍ରେମଚାନ୍ଦ ଚୌଧୁରୀ ସାମ୍ବାଦିକ ସମ୍ମିଳନୀରେ କହିଛନ୍ତି ଯେ, ହଟ୍‌ସ୍ପଟ୍ ଅଞ୍ଚଳରୁ ଲୋକେ ଭୁବନେଶ୍ବର ଆସୁଥିବାରୁ ଆକ୍ରାନ୍ତଙ୍କ ସଂଖ୍ୟା ବଢୁଛି। ସ୍ଲମ୍‌ ଏରିଆରେ ପ୍ରତି​‌​‌ଷେଧକ ବ୍ୟବସ୍ଥା ସ୍ବରୂପ ସ୍ଲମ୍‌ କମିଟି ଗଠନ ହୋଇଛି। ଭୁବନେଶ୍ବରରେ ୱାର୍ଡ କମିଟିମାନେ ସକ୍ରିୟ ଅଛନ୍ତି। ବସ୍ତି ଅଞ୍ଚଳରେ କିପରି ସଂକ୍ରମଣ ବଢ଼ିବନି, ସ୍ବତନ୍ତ୍ର ଦୃଷ୍ଟି ଦିଆଯାଉଛି। କରୋନାକୁ ହରାଇବା ପାଇଁ ସମସ୍ତଙ୍କ ସହଯୋଗ ଲୋଡ଼ା ।  

ସୂଚନା ଅନୁଯାୟୀ, ଭୁବନେଶ୍ବରରେ ଏ ଯାବତ୍‌ ୬୪୦ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି ।  ସେମାନଙ୍କ ମଧ୍ୟରୁ ୩୧୪ ସୁସ୍ଥ ହୋଇ ଘରକୁ ଫେରିଥିବା ବେଳେ  ୩୧୭ ଚିକିତ୍ସାଧିନ ଅଛନ୍ତି । ଶେଷ ୧୦ ଦିନରେ ଭୁବନେଶ୍ବରରେ ୩୧୭ କରୋନା ପଜିଟିଭ୍ ଚିହ୍ନଟ ହୋଇଛନ୍ତି। ହସ୍ପିଟାଲ୍‌ ଲିଙ୍କରେ ୬୧ ପଜିଟିଭ୍ ବାହାରିଛି। ୨୧୨ ଆକ୍ରାନ୍ତଙ୍କ ଟ୍ରାଭେଲ୍‌ ହିଷ୍ଟ୍ରି ରହିଛି ଓ ୩୭ ସ୍ଥାନୀୟ ସଂକ୍ରମଣ ରହିଛନ୍ତି ।

 

Comments are closed.