ପୂର୍ବତନ ମନ୍ତ୍ରୀ ଅର୍ଜୁନ ସେଠୀଙ୍କ ବିୟୋଗରେ ପୂର୍ତ୍ତ ଓ ଇସ୍ପାତ ଖଣି ମନ୍ତ୍ରୀ ପ୍ରଫୁଲ୍ଲ ମଲ୍ଲିକଙ୍କ ଶୋକ

ଭୁବନେଶ୍ବର : ପୂର୍ବତନ ମନ୍ତ୍ରୀ ତଥା ସାଂସଦ ଶ୍ରୀ ଅର୍ଜୁନ  ସେଠୀଙ୍କ ବିୟୋଗରେ  ପୂର୍ତ୍ତ,  ଇସ୍ପାତ ଓ ଖଣି  ମନ୍ତ୍ରୀ ଶ୍ରୀ ପ୍ରଫୁଲ୍ଲ କୁମାର ମଲ୍ଲିକ ଗଭୀର ଶୋକ ବ୍ୟକ୍ତ କରିଛନ୍ତି I  ଏକ ଶୋକ ବାର୍ତ୍ତା ରେ ମନ୍ତ୍ରୀ ଶ୍ରୀ ମଲ୍ଲିକ  ସ୍ୱର୍ଗତ ସେଠୀଙ୍କ ଦୀର୍ଘ ରାଜନୀତିକ ଜୀବନ ଓ ସମାଜ ସେବାକୁ ଓଡିଶା ବାସୀ କେବେବି ଭୁଲି ପାରିବେ ନାହିଁ ବୋଲି କହିଛନ୍ତି I  ତାଙ୍କର ବିୟୋଗ ସମଗ୍ର ରାଜ୍ୟ ରାଜନୀତି ଜଗତ ପାଇଁ ଏକ ଅପୂରଣୀୟ କ୍ଷତି I ତାଙ୍କର ଆଦର୍ଶ ଓ ସେବା ମନୋଭାବ ଆଗାମୀ ପିଢ଼ି ଲାଗି ପ୍ରେରଣାର ଉତ୍ସ ହେବ ବୋଲି ମନ୍ତ୍ରୀ ଶ୍ରୀ ମଲ୍ଲିକ ଶୋକ ବାର୍ତ୍ତାରେ କହିଛନ୍ତି I  ଏହି ଦୁଃଖଦ ସମୟରେ ତାଙ୍କର ପରିବାର ବର୍ଗ ଓ ଆତ୍ମୀୟ ସ୍ୱଜନଙ୍କ ପ୍ରତି ମନ୍ତ୍ରୀ ଶ୍ରୀ ମଲ୍ଲିକ ଗଭୀର ସମବେଦନା ଜଣାଇବା ସହ ତାଙ୍କ ଅମର ଆତ୍ମା ର ସଦଗତି କାମନା କରିଛନ୍ତି I

Comments are closed.