କଳାକାଚ ଗାଡ଼ି ଉପେର ନଜର; ୧୮ ଗାଡ଼ି ମାଲିକଙ୍କୁ ନୋଟିସ୍‌

ଭୁବନେଶ୍ୱର: କଳାକାଚ ଫିଲ୍ମ ଲଗାଯାଇଥିବା ଗାଡ଼ି ଏବେ ଦ୍ୱୈତନଗରୀରେ ଅବାଧରେ ପଇଁତରା ମାରୁଛି। ତେବେ ଏଭଳି ଗାଡ଼ି ବିରୋଧରେ କମିସନରେଟ ପୁଲିସ ଏବେ କାର୍ଯ୍ୟାନୁଷ୍ଠାନ ଆରମ୍ଭ କରିଛି।

ମଙ୍ଗଳବାର ଟ୍ରାଫିକ୍‍ ଡିସିପି ସୌମ୍ୟା ମିଶ୍ରଙ୍କ ନିର୍ଦେଶରେ ନାଲ୍‍କୋ ଛକରେ କଳାକାଚ ଫିଲ୍ମ ଲଗାଯାଇଥିବା ୨ଟି ଗାଡ଼ିକୁ ଯାଞ୍ଚ କରାଯାଇ ଜୋରିମାନା କରାଯାଇଛି। ତେବେ ଗତ କିଛି ଦିନ ମଧ୍ୟରେ ​‌​‌ଦ୍ୱୖେତନଗରୀରେ ୧୮ଟି ଏଭଳି ଦାମୀ ଗାଡ଼ିରେ କଳା ଫିଲ୍ମ ଲଗା ଯାଇଥିବା ନେଇ ଅଭିଯୋଗ ଟ୍ରାଫିକ୍‍ ପୁଲିସ ନିକଟରେ ପହଞ୍ଚିଥିବା ଟ୍ରାଫିକ୍‍ ଏସିପି ସ୍ବସ୍ତିକ ପଣ୍ଡା ସୂଚନା ଦେଇଛନ୍ତି। ଭୁବନେଶ୍ୱରରେ କେବଳ ୧୧ଟି ଗାଡ଼ି ଏଭଳି କଳାକାଚ ଥିବା ଚିହ୍ନଟ କରାଯାଇଛି। ତେଣୁ ସେସବୁ ଗାଡ଼ିମାଲିକଙ୍କ ନିକଟକୁ ନୋଟିସ୍‍ ପଠାଯାଇଛି। ଦୁଇ ଦିନ ମଧ୍ୟରେ ସେମାନଙ୍କ କଳାକାଚ ଫିଲ୍ମ କାଢ଼ି ଟ୍ରାଫିକ୍‍ ଥାନାରେ ନ ପହଞ୍ଚିଲେ ସେମାନଙ୍କ ବିରୋଧରେ ମାମଲା ରୁଜୁ ସହିତ ଜୋରିମାନା ଆଦାୟ କରା ଯିବ ବୋଲି ସେମାନଙ୍କୁ ସତର୍କ କରି ଦିଆଯାଇଛି।

Comments are closed.