ଲଘୁଚାପ ବର୍ଷା ଯୋଗୁଁ ଦକ୍ଷିଣ ଓଡିଶାରେ ସମ୍ଭାବ୍ୟ ବନ୍ୟା ନେଇ ଜଳସଂପଦ ବିଭାଗର ପ୍ରମୁଖ ଶାସନ ସଚିବଙ୍କ ସମୀକ୍ଷା ବୈଠକ

ଭୁବନେଶ୍ଵର : ଭାରତୀୟ ପାଣିପାଗ ବିଭାଗର ଆକଳନ ଅନୁଯାୟୀ ରାଜ୍ୟରେ ୧୨ ତାରିଖରୁ ୧୫ ତାରିଖ ମଧ୍ୟରେ ବିଶେଷ କରି ଆନ୍ଧ୍ର ଉପକୂଳ, ଓଡ଼ିଶା ଏବଂ ଛତିଶଗଡ ଅଞ୍ଚଳରେ ଲଘୁଚାପ ଯୋଗୁଁ ଅଧିକରୁ ଅଧିକ ବର୍ଷା ହେବାର ସମ୍ଭାବନା ରହିଛି । ଏଥିଯୋଗୁଁ ଦକ୍ଷିଣ ଓଡିଶାରେ ଯେପରି ବନ୍ୟା ନ ହେବ, ସେଥିପ୍ରତି ଦୃଷ୍ଟିଦେଇ ଦକ୍ଷିଣ ଓଡିଶାର ବିଭିନ୍ନ ଜିଲା ଗୁଡିକରେ ଥିବା ଜଳଭଣ୍ଡାର ଗୁଡିକରେ ଜଳପତ୍ତନକୁ ନିୟନ୍ତ୍ରଣ ରଖିବା ପାଇଁ ସତର୍କତା ଅବଲମ୍ବନ ପୂର୍ବକ କାର୍ଯ୍ୟ କରିବାକୁ ରାଜ୍ୟ ଜଳସଂପଦ ବିଭାଗ ପ୍ରମୁଖ ଶାସନ ସଚିବ ଶ୍ରୀମତୀ ଅନୁଗର୍ଗ ବିଭାଗୀୟ କାର୍ଯ୍ୟାଳୟରେ  ଅନୁଷ୍ଠିତ ଏକ ବୈଠକରେ ବିଭାଗୀୟ ପ୍ରସ୍ତୁତି ସମ୍ପର୍କରେ ସମୀକ୍ଷା କରି ଯନ୍ତ୍ରୀ ଓ ଅଧିକାରୀମାନଙ୍କୁ ଆବଶ୍ୟକ ନିର୍ଦ୍ଦେଶ ନେଇଛନ୍ତି ।

ଲଘୁଚାପ ଜନିତ ବର୍ଷାରେ ଦକ୍ଷିଣ ଓଡ଼ିଶାର ନବରଙ୍ଗପୁର ଜିଲାର ଅପର ଇନ୍ଦ୍ରାବତୀ , କୋରାପୁଟ ଜିଲାର ଅପର କୋଲାବ ଏବଂ ମାଲକାନଗିରି ଜିଲାର ବାଲିମେଳ। ଜଳ ଭଣ୍ଡାର ଗୁଡିକରେ ଜଳ ପତ୍ତନ ବୃଦ୍ଧି ପାଇବାର ସମ୍ଭାବନା ରହିଛି । ଲଘୁଚାପ ଯୋଗୁଁ ଦକ୍ଷିଣ ଓଡ଼ିଶାର କଳାହାଣ୍ଡି, କୋରାପୁଟ, ମାଲକାନଗିରି, ନବରଙ୍ଗପୁର, ରାୟଗଡା, ଗଞ୍ଜାମ ଓ ଗଜପତି ଜିଲା ପ୍ରଭାବିତ ହେବାର ସମ୍ଭାବନା ରହିଛି । ପରିସ୍ଥିତିକୁ ଦୃଷ୍ଟିରେ ରଖି ଅଭିଜ୍ଞତା ସମ୍ପନ୍ନ ଯନ୍ତ୍ରୀ ଓ ଅଧିକାରୀମାନଙ୍କୁ ସେହିସବୁ ଅଞ୍ଚଳକୁ ପଠାଯାଇଛି । ସମ୍ପୃକ୍ତ ଜିଲାର ଜିଲାପାଳମାନଙ୍କୁ ସତର୍କ କରାଯାଇଛି ।

ଜଳସମ୍ପଦ ବିଭାଗର କୋଣ୍ଟ୍ରୋଲ ରୁମ ୨୪ ଘଣ୍ଟିଆ ଖୋଲାଯାଇ ସ୍ଥିତି ନିୟନ୍ତ୍ରଣ କରାଯିବ ବୋଲି ବିଭାଗୀୟ ଶାସନ ସଚିବ ଶ୍ରୀମତୀ ଗର୍ଗ କହିଛନ୍ତି । ସୂଚନା ଯୋଗ୍ୟ ଯେ ଏବେ ଅପର ଇନ୍ଦ୍ରାବତୀ ଜଳଭଣ୍ଡାରର ୬୪.୦୦ % ଅପର କୋଲାବରେ ୩୫.୭୦ % ଓ ବାଲିମେଳା ଜଳ ଭଣ୍ଡାରରେ ୬୫.୬୦% ଜଳ ପୂର୍ଣ୍ଣ ରହିଛି । ଅପର ଇନ୍ଦ୍ରାବତୀ ଜଲଭଣ୍ଡାର ଜଳଧାରଣ କ୍ଷମତା ୬୪୨ ମିଟର ଥିବାବେଳେ ଏବେ ଏଥିରେ ଜଳ ୬୩୭.୨ମିଟର ରହିଛି ଏବଂ ଅପର କୋଲାବର କ୍ଷମତା ୮୫୮.୦୦ ମିଟର ଥିବାବେଳେ ଏବେ ଏହାର ଜଳ ପତନ ୮୫୦.୭୬ ମିଟର ରହିଛି । ସେହିପରି ବାଲିମେଳା ଜଳ ଭଣ୍ଡାରର ଜଳଧାରଣ କ୍ଷମତା ୧୫୧୬.୦୦ ଫୁଟ ଥିବାବେଳେ ଏବେ ଏହାର ଜଳପତନ ୧୪୯୭.୬ ଫୁଟ ରହିଛି । ଅନୁଷ୍ଠିତ ବୈଠକରେ ଅନ୍ୟମାନଙ୍କ ମଧ୍ୟରେ ବିଭାଗୀୟ ସ୍ଵତନ୍ତ୍ର ଶାସନ ସଚିବ ଅର୍ଚ୍ଚନା ପଟ୍ଟନାୟକ, ସର୍ବୋଚ୍ଚ ଯନ୍ତ୍ରୀ ଇଂ. ଜ୍ୟୋତିର୍ମୟ ରଥଙ୍କ ସମେତ ବିଭାଗୀୟ ଅନ୍ୟ ଯନ୍ତ୍ରୀ ଓ ପଦଧିକାରୀମାନେ ଉପସ୍ଥିତ ଥିଲେ ।

Comments are closed.