ଫିକା ପଡ଼ିଲା ଗଣେଶ ପୂଜା

ଭୁବନେଶ୍ୱର : ଆଜି ପବିତ୍ର ଗଣେଶ ଚତୁର୍ଥୀ। ହେଲେ ସକାଳୁ କୌଣସି ଜାଗାରେ ଶୁଭୁନି ମାଇକର ଗୀତ ଏବଂ ନହିଁ କୋଳାହଳ। ନିରାଡମ୍ବରେ ପାଳିତ ହେଉଛି ଗଣେଶ ପୂଜା। କରୋନା ସଂକ୍ରମଣକୁ ଦିନକୁ ଦିନ ବୃଦ୍ଧି ପାଉଥିବାରୁ  ଚଳିତ ବର୍ଷ ସର୍ବସାଧାରଣ ସ୍ଥାନରେ ଗଣେଶ ପୂଜାକୁ ବାରଣ କରାଯାଇଛି। ବିଭିନ୍ନ କ୍ଲବର ମଧ୍ୟ ଗଣେଶଙ୍କ ପୂଜାର୍ଚ୍ଚନା କରୁ ନ ଥିବା ଦେଖିବାକୁ ମିଳୁଛି। ନିଜ ଘରେ ଲୋକମାନେ ଗଣେଶ ପୂଜା ପାଳନ କରୁଥିବା ଜଣାଯାଇଛି।

ଏପରିକି ସ୍କୁଲ ଓ କଲେଜରେ ଗଣେଶ ପୂଜା ପାଳିତ ହେଉ ନାହିଁ । ଅଗଷ୍ଟ ୩୧ ଯାଏ ରାଜ୍ୟର ସମସ୍ତ ସ୍କୁଲ ଛୁଟି ଘୋଷଣା ହୋଇଛି। ଛାତ୍ରଛାତ୍ରୀ ଏବେ ସ୍କୁଲ ଆସିବାର କୌଣସି ଆବଶ୍ୟକତା ନାହିଁ। ସେମାନେ ଘରେ ରହି ବିଘ୍ନବିନାଶକ ଗଣେଶଙ୍କ ପୂଜାର୍ଚ୍ଚନା କରିପାରିବେ ବୋଲି ବିଦ୍ୟାଳୟ ଓ ଗଣଶିକ୍ଷା ମନ୍ତ୍ରୀ ସମୀର ରଞ୍ଜନ ଦାଶ କହିଥିଲେ।

Comments are closed.