ଖୋଲିବ ସ୍କୁଲ: ନବମରୁ ଦ୍ବାଦଶ ଯାଏ ସମ୍ପୂର୍ଣ୍ଣ ପାଠ ପଢା, ଅଭିଭାବକ ରାଜି ନ ହେଲେ ଅନଲାଇନ ବ୍ୟବସ୍ଥା

ଭୁବନେଶ୍ବର: ନଭେମ୍ବର ମାସରେ ହିଁ ଖୋଲିବ ସ୍କୁଲ। ବିଦ୍ୟାଳୟ ଓ ଗଣଶିକ୍ଷା ମନ୍ତ୍ରୀ ସମୀର ଦାଶ ବୁଧବାର ଏହି ସୂଚନା ଦେଇଛନ୍ତି। ନବମରୁ ଦ୍ବାଦଶ ଯାଏ ସମ୍ପୂର୍ଣ୍ଣ ପାଠ ପଢା ହେବ। ପିଲାଙ୍କୁ ଛାଡିବାକୁ ଅଭିଭାବକ ରାଜି ନ ହେଲେ ଅନଲାଇନ ବ୍ୟବସ୍ଥା କରାଯିବ ବୋଲି ମନ୍ତ୍ରୀ ସମୀର ଦାଶ କହିଛନ୍ତି। ସ୍କୁଲ ଖୋଲିବା ନେଇ ଏସଓପି ପ୍ରସ୍ତୁତି ଚାଲିଛି। ଜିଲାପାଳ ଓ ଡିଇଓମାନଙ୍କ ସହ ଆଲୋଚନା କରାଯିବ। କରୋନା ପାଇଁ ପୂର୍ବରୁ ୩୦% ସିଲାବସ ହ୍ରାସ ହୋଇଛି, ଆଉ କମିବନି। ବାକି ୭୦% ସିଲାବସ ପାଇଁ ନୂଆ କ୍ୟାଲେଣ୍ଡର ପ୍ରସ୍ତୁତ ହେବ।

 

Comments are closed.