ସାଧାରଣ ପ୍ରଶାସନ ଓ ଅଭିଯୋଗ ବିଭାଗରେ ଭିଜିଲାନ୍ସ ସପ୍ତାହ ଶପଥ ପାଠ

ଭୁବନେଶ୍ବର: ସାଧାରଣ ପ୍ରଶାସନ ଓ ସାଧାରଣ ଅଭିଯୋଗ ବିଭାଗରେ ମଙ୍ଗଳବାର ଭିଜିଲାନ୍ସ ସଚେତନତା ସପ୍ତାହ ପାଳିତ ହୋଇ ଯାଇଛି । ଏଥି ନିମନ୍ତେ ମୁଖ୍ୟ ଶାସନ ସଚିବ ଅସିତ୍ ତ୍ରିପାଠୀଙ୍କ ଅଧ୍ୟକ୍ଷତାରେ ସଚେତନତା କାର୍ଯ୍ୟକ୍ରମ ଓ ଶପଥ ପାଠ କରାଯାଇଥିଲା । ଶ୍ରୀ ତ୍ରିପାଠୀ ଅଧିକାରୀ ଓ କର୍ମଚାରୀଙ୍କୁ ସ୍ବଚ୍ଛତା, ନିରପେକ୍ଷତା ଓ ନିଷ୍ଠା ପୂର୍ବକ କାର୍ଯ୍ୟ କରିବା ସହ ଦୁର୍ନିତୀ ନିବାରଣ ପାଇଁ ମିଳିତ ପ୍ରଚେଷ୍ଟା ବଜାୟ ରଖିବାର ଶପଥ ପାଠ କରାଇଥିଲେ । ମୁଖ୍ୟ ଶାସନ ସଚିବଙ୍କ ସ୍ବତନ୍ତ୍ର ଭାରପ୍ରାପ୍ତ ଅଧିକାରୀ ଦିଲ୍ଲୀପ ରାଉତରାଏ, ଅତିରିକ୍ତ ଶାସନ ସଚିବ  ଅବନୀକାନ୍ତ ପଟ୍ଟନାୟକ ଓ ଅତିରିକ୍ତ ଶାସନ ସଚିବ  ଇନ୍ଦ୍ରମଣି ତ୍ରିପାଠୀଙ୍କ ସମେତ ବିଭାଗର ସମସ୍ତ ଅଧିକାରୀ ଓ କର୍ମଚାରୀମାନେ ଏଥିରେ ଅଂଶଗ୍ରହଣ କରିଥିଲେ

Comments are closed.