ଗ୍ରୀଡକୋର ନୂଆ ପରିଚାଳନା ନିର୍ଦ୍ଦେଶକ ତ୍ରିଲୋଚନ ପଣ୍ଡାଙ୍କ ଯୋଗଦାନ

ଭୁବନେଶ୍ୱର: ଗ୍ରୀଡକୋର ନୂତନ ପରିଚାଳନା ନିର୍ଦ୍ଦେଶକ ଭାବେ ତ୍ରିଲୋଚନ ପଣ୍ଡା ଯୋଗଦାନ କରିଛନ୍ତି। ପେଶାରେ ଚାର୍ଟାଡ୍‌ ଆକାଉଣ୍ଟାଣ୍ଟ ଥିବା ଶ୍ରୀ ପଣ୍ଡା ପୂର୍ବରୁ ୨୦୧୩ରୁ ୨୦୧୫ ପର୍ଯ୍ୟନ୍ତ ନେସ୍‌କୋର ପରିଚାଳନା ନିର୍ଦ୍ଦେଶକ ଭାବେ କାର୍ଯ୍ୟ କରିସାରିଛନ୍ତି। ତାଙ୍କର ପାୱାର ସେକ୍ଟରରେ କାର୍ଯ୍ୟ କରିବାର ଦୀର୍ଘ ୧୫ ବର୍ଷର ଅଭିଜ୍ଞତା ରହିଛି। ଏଥି ସହିତ ସେ ବୋର୍ଡ ସ୍ତରରେ ମଧ୍ୟ ରହିସାରିଛନ୍ତି। ଆଜି ଶ୍ରୀ ପଣ୍ଡା ଶକ୍ତି ମନ୍ତ୍ରୀ କ୍ୟାପ୍‌ଟେନ୍‌ ଦିବ୍ୟଶଙ୍କର ମିଶ୍ରଙ୍କୁ ସୌଜନ୍ୟମୂଳକ ସାକ୍ଷାତ କରି ନିଜ ରାଜ୍ୟରେ କାର୍ଯ୍ୟ କରିବାର ସୁଯୋଗକୁ କିପରି ଭାବେ ସଫଳତାର ସହ
କରିପାରିବେ ତାହା ଆଲୋଚନା କରିଥିଲେ। ଶ୍ରୀ ପଣ୍ଡାଙ୍କ ଯୋଗଦାନ ଫଳରେ ଗ୍ରୀଡକୋ ତାଙ୍କର ଦୀର୍ଘଦିନ ଶିଳ୍ପ ଓ
ଶକ୍ତି କ୍ଷେତ୍ରରେ ରହିଥିବା ଅଭିଜ୍ଞତାର ଭରପୂର ଲାଭ ଉଠାଇପାରିବ ବୋଲି ଆଶା କରାଯାଉଛି ।

Comments are closed.