ଷ୍ଟେସନରୁ ନାବାଳିକାକୁ ଅପହରଣ ଅଭିଯୋଗ

0

ଭୁବନେଶ୍ୱର: ରେଳ ଷ୍ଟେସନରୁ ଜଣେ ନାବାଳିକାଙ୍କୁ ଅପହରଣ କରାଯାଇ ଥିବା ନେଇ ତାଙ୍କ ଆଈ ଅଭିଯୋଗ ଆଣିଛନ୍ତି । ଷ୍ଟେସନ ସ୍ଥିତ ଜିଆରପି ଥାନାରେ ଏହି ଅଭିଯୋଗ ହୋଇଛି । ସୂଚନାଯୋଗ୍ୟ, ପାରଳାଖେମୁଣ୍ଡି ଯିବା ପାଇଁ ଆଈ ଓ ନାତୁଣୀ ପାରାଦୀପରୁ ଆସି ଭୁବନେଶ୍ୱର ରେଳ ଷ୍ଟେସନରେ ପହଞ୍ଚିଥିଲେ । ଷ୍ଟେସନରେ ଜଣେ ଯୁବକ ନିଜକୁ ଟ୍ରେନ କର୍ମଚାରୀ ପରିଚୟ ଦେଇ ସେମାନଙ୍କୁ ପାରଳାଖେମୁଣ୍ଡି ପହଞ୍ଚାଇ ଦେବ ବୋଲି କହିଥିଲା ଏବଂ ନାବାଳିକାକୁ ଚକୋଲେଟ ମଧ୍ୟ ଦେଇଥିଲେ । ଏହାର କିଛି ସମୟ ମଧ୍ୟରେ ନାବାଳିକା ଜଣଙ୍କ ନିଖୋଜ ହୋଇ ଯାଇଥିଲେ ବୋଲି ତାଙ୍କ ଆଈ ଅଭିଯୋଗ କରିଛନ୍ତି । ଅଭିଯୋଗକୁ ଭିତ୍ତି କରି ଜିଆରପି ଥାନା ପୁଲିସ ତଦନ୍ତ ଚଳାଇଛି ।

Leave A Reply