ଓଡ଼ିଶା ମୋଟର ଚାଳକ ସଂଘର ଧର୍ମଘଟ : ରାଜ୍ୟରେ ଗାଡ଼ି ଚଳାଚଳ ପ୍ରଭାବିତ

ଭୁବନେଶ୍ବର : ଓଡିଶା ମୋଟର ଚାଳକ ସଂଘ ଭୁବନେଶ୍ବର ମହାନଗର ଶାଖା ପକ୍ଷରୁ ଧର୍ମଘଟ ଆରମ୍ଭ ହୋଇଛି। ଏହାଦ୍ବାରା ସାରା ରାଜ୍ୟରେ ଗାଡ଼ି ଚଳାଚଳ ପ୍ରଭାବିତ ହୋଇଛି। ଏହି ଧର୍ମଘଟରେ ଗାଡି ଡ୍ରାଇଭର, କଣ୍ଡକ୍ଟର, ହେଲପର ସମେତ ସମସ୍ତ କର୍ମଚାରୀ ସାମିଲ ହୋଇଛନ୍ତି। ସୁରକ୍ଷିତ ଭାରତ ଓ ସୁରକ୍ଷିତ ଚାଳକ ବ୍ୟାନର୍‌ରେ ବିକ୍ଷୋଭକାରୀ ନ୍ୟାର୍ଯ୍ୟ ଦାବି ହାସଲ ପାଇଁ ସରକାରଙ୍କ ଦୃଷ୍ଟି ଆକର୍ଷଣ କରିଛନ୍ତି। ସଂଘର କର୍ମକର୍ତ୍ତା କହିଛନ୍ତି ଯେ କରୋନା ମହାମାରୀ ଯୋଗୁ ଗାଡ଼ି ଚଳାଚଳ କ୍ଷତିଗ୍ରସ୍ତ ହୋଇଛି। ସାରା ଦେଶରେ ଲକ୍‌ଡାଉନ୍‌ ଜାରି କରାଯାଇଥିବାରୁ ସବୁ ଜାଗାରେ ଗାଡ଼ି ଚଳାଚଳ ବନ୍ଦ ରହିଛି। ତେବେ ତିନି ମାସର କ୍ଷତି ପୂରଣ ସମେତ ୫୦ ଲକ୍ଷ ଟଙ୍କାର ବୀମା କଲ୍ୟାଣ ପାଣ୍ଠି ଏବଂ ଶ୍ରମ ବିଭାଗ ଦ୍ବାରା ପରିବହନ କର୍ମଚାରୀ ମାନ୍ୟତା ଦାବି କରାଯାଇଛି। ଓଡ଼ିଶା ମୋଟର ଚାଳକ ସଂଘର ସଂକଳ୍ପ, ସଡ଼କ ଦୁର୍ଘଟଣା ମୁକ୍ତ ଭାରତ ନାରା ଦେଇ ଆନ୍ଦୋଳନକୁ ଓହ୍ଲାଇଛି ସଂଘ। ଏହା ସହ କର୍ମଚାରୀମାନଙ୍କୁ କରୋନା ଯୋଦ୍ଧା ଘୋଷଣା କରିବା ସହ ୧ କୋଟି ଟଙ୍କାର ଅନୁକମ୍ପା ମୂଳକ ସହାୟତା ରାଶି ଘୋଷଣା କଲେ କର୍ମଚାରୀ ମାନେ କାର୍ଯ୍ୟ ଆରମ୍ଭ କରିବେ ବୋଲି କହିଛନ୍ତି। ତେବେ ପରିବହନ ମନ୍ତ୍ରୀ ପଦ୍ମନାଭ ବେହେରା କହିଛନ୍ତି ଯେ ଓଡ଼ିଶା ମୋଟର ଚାଳକ ସଂଘର କର୍ମକର୍ତ୍ତାଙ୍କ ସହ ଆଲୋଚନା ସରିଛି। ସେମାନଙ୍କ ଅନେକ ଦାବି ସରକାର ପୂରଣ କରିଛନ୍ତି। ତେବେ କିଛି ଦାବି ସରକାରଙ୍କ ବିଚାରଧୀନ ରହିଛି ବୋଲି ମନ୍ତ୍ରୀ ଶ୍ରୀ ବେହେରା ପ୍ରକାଶ କରିଛନ୍ତି।

Comments are closed.