୧୫୮ତମ ଏବଂ ୧୫୯ତମ ରାଜ୍ୟସ୍ତରୀୟ ବ୍ୟାଙ୍କର୍ସ କମିଟି ବୈଠକ ଅନୁଷ୍ଠିତ

ଭୁବନେଶ୍ୱର : ୧୫୮ତମ ଏବଂ ୧୫୯ତମ ରାଜ୍ୟସ୍ତରୀୟ ବ୍ୟାଙ୍କର୍ସ କମିଟି ବୈଠକ ଲୋକସେବା ଭବନଠାରେ ଭିଡ଼ିଓ କନ୍‌ଫରେନ୍ସିଂ ମାଧ୍ୟମରେ ଅନୁଷ୍ଠିତ ହୋଇଯାଇଛି। ଅର୍ଥ, ଅବକାରୀ ମନ୍ତ୍ରୀ ଶ୍ରୀ ନିରଞ୍ଜନ ପୂଜାରୀ ଏହି ବୈଠକରେ ଯୋଗଦେଇ କହିଥିଲେ ଯେ, କୋଭିଡ୍‌-୧୯ ପହାମାରୀ ଯୋଗୁଁ ସମଗ୍ର ବିଶ୍ୱ ମାନବ ଇତିହାସରେ ଏକ କଠିନ ସମୟ ଦେଇ ଗତି କରୁଛି । ଏହି ପରିପ୍ରେକ୍ଷୀରେ ଆମର ଆର୍ଥିକ ଅବସ୍ଥା ଏବଂ ସ୍ୱାସ୍ଥ୍ୟ ବ୍ୟବସ୍ଥା ପ୍ରତି ଏହି ମହାମାରୀ ଆହ୍ୱାନ ସୃଷ୍ଟି କରିଛି । ସାଂପ୍ରତିକ ସମୟରେ ଆର୍ଥିକ ବ୍ୟବସ୍ଥାର ପୁନଃପ୍ରବର୍ତ୍ତନ ଏବଂ ଶ୍ରମଜୀବୀ, ଗ୍ରାମୀଣ ଗରିବ ଜନସାଧାରଣଙ୍କୁ ଜୀବନଜୀବିକା ଉନ୍ନତି କ୍ଷେତ୍ରରେ ବ୍ୟାଙ୍କମାନଙ୍କର ଗୁରୁତ୍ୱପୂର୍ଣ୍ଣ ଭୂମିକା ରହିଛି। ପ୍ରତିବର୍ଷ ଆମ ରାଜ୍ୟ ଅମ୍ପନ ଭଳି ପ୍ରାକୃତିକ ବିପର୍ଯ୍ୟୟର ସମ୍ମୁଖୀନ ହେଉଛି ଏବଂ ବିପର୍ଯ୍ୟୟର ପରବର୍ତ୍ତୀ ସମୟରେ ଯେପରି ଆଧାର ପ୍ରମାଣଭିତ୍ତିକ ଭ୍ରାମ୍ୟମାଣ ଏଟିଏମ୍‌ ସେବା ଜନସାଧାରଣଙ୍କୁ ଉପଲବ୍ଧ କରିବେ ସେ ଦିଗରେ ପଦକ୍ଷେପ ନେବାକୁ ବ୍ୟାଙ୍କଗୁଡ଼ିକୁ ମନ୍ତ୍ରୀ ଶ୍ରୀ ପୂଜାରୀ କହିଥିଲେ । ବାସ୍ତବତାକୁ ଦୃଷ୍ଟିରେ ରଖି ଚଳିତ ବର୍ଷ ଏକ ଉଚ୍ଚାଭିଳାଷ ବାର୍ଷିକ ଋଣ ଯୋଜନା ପାଧ୍ୟମରେ କୃଷି ଏବଂ ଆନୁଷଙ୍ଗିକ କ୍ଷେତ୍ରକୁୁ ବ୍ୟାଙ୍କମାନେ ପ୍ରାଥମିକତା ଦେବା ପାଇଁ ପନ୍ତ୍ରୀ ପରାମର୍ଶ ଦେବା ସହ ଭାଗଚାଷୀଙ୍କୁ ଋଣ ଯୋଗାଇଦେବା ପାଇଁ ଅଧ୍ୟାଦେଶ ଜାରି ହୋଇଥିବା ବିଷୟରେ ସୂଚନା ଦେଇଥିଲେ । କେନ୍ଦ୍ର ସରକାର କ୍ଷୁଦ୍ର ଏବଂ ପଧ୍ୟମ ଉଦ୍ୟୋଗ କ୍ଷେତ୍ରକୁ ପୁନର୍ବାର କାର୍ଯ୍ୟକ୍ଷମ କରାଇବା ପାଇଁ ସ୍ୱତନ୍ତ୍ର ପ୍ୟାକେଜ୍‌ ଘୋଷଣା କରିଛନ୍ତି । ସ୍ୱୟଂ ସହାୟକ ଗୋଷ୍ଠୀମାନେ ଆର୍ଥିକ ସହାୟତା ପାଇବା ଜରୁରୀ ଥିବାବେଳେ ବ୍ୟାଙ୍କମାନେ ହିତାଧିକାରୀଙ୍କ ଆଶା ଆକାଂକ୍ଷା ପୂରଣ ପାଇଁ ଆଗଧାଡ଼ିର ଭୂମିକା ନେବାର ସପୟ ଆସିଛି । ବର୍ତ୍ତମାନ ଭାରତୀୟ ଡାକସେବା ବ୍ୟାଙ୍କ ଗ୍ରାମାଞ୍ଚଳରେ ଲୋକମାନଙ୍କୁ ନଗଦ ଅର୍ଥ ଦେବା କାର୍ଯ୍ୟ ସକ୍ରିୟ ଭାବେ ତୁଲାଉଛନ୍ତି । ଆଧାର ପ୍ରପାଣଭିତ୍ତିକ ବ୍ୟବସ୍ଥା ପାଧ୍ୟମରେ ଡାକ ବିଭାଗର କର୍ମଚାରୀମାନେ ଲୋକମାନଙ୍କୁ ନଗଦ ଅର୍ଥ ଯୋଗାଉଛନ୍ତି ।
ବୈଠକରେ ଯୋଗଦେଇ ପୁଖ୍ୟ ଶାସନ ସଚିବ ଶ୍ରୀ ଅସିତ ତ୍ରିପାଠୀ କହିଥିଲେ ଯେ, ଓଡ଼ିଶାରେ ବ୍ୟାଙ୍କିଂ ସେକ୍ଟରରେ ବ୍ରାଞ୍ଚ ସଂଖ୍ୟା ବହୁ କମ୍ ରହିଛି। ତେଣୁ ଚଳିତ ଆର୍ଥିକ ବର୍ଷରେ ବ୍ୟାଙ୍କ ନଥିବା ପଞ୍ଚାୟତଗୁଡ଼ିକରେ ନୂଆ ବ୍ରାଞ୍ଚ ଖୋଲିବା ପାଇଁ ଶ୍ରୀ ତ୍ରିପାଠୀ ପରାମର୍ଶ ଦେଇଥିଲେ। ମୁଖ୍ୟ ଶାସନ ସଚିବ ଆହୁରି ପଧ୍ୟ କହିଥିଲେ ଯେ, ଓଡ଼ିଶା ଏକ ଉତ୍ତମ ପ୍ରଶାସିତ ରାଜ୍ୟ । ରାଜ୍ୟରେ ଉଦ୍ୟୋଗ ସୃଷ୍ଟିର ପର୍ଯ୍ୟାପ୍ତ ସୁଯୋଗ ରହିଛି । ମତ୍ସ୍ୟଚାଷ, ଖାଦ୍ୟ ପ୍ରକ୍ରିୟାକରଣ ଆଦି କ୍ଷେତ୍ରରେ ଅଧିକରୁ ଅଧିକ ଋଣ ଯୋଗାଣ କରିବାକୁ ଶ୍ରୀ ତ୍ରିପାଠୀ ବ୍ୟାଙ୍କମାନଙ୍କୁ କହିଥିଲେ ।
ଉନ୍ନୟନ କମିଶନର ତଥା ଅତିରିକ୍ତ ପୁଖ୍ୟ ଶାସନ ସଚିବ ଶ୍ରୀ ସୁରେଶ ଚନ୍ଦ୍ର ପହାପାତ୍ର କହିଲେ ଯେ ଓଡ଼ିଶାରେ କୃଷି, ପଶୁପାଳନ, ଉଦ୍ୟାନକୃଷି, ମତ୍ସ୍ୟଚାଷ, କୁକୁଡ଼ାଚାଷ ଆଦି କ୍ଷେତ୍ରରେ ପ୍ରଚୁର ସମ୍ଭାବନା ରହିଛି ଏବଂ ବ୍ୟାଙ୍କମାନେ ଏସବୁ କ୍ଷେତ୍ରକୁ ପ୍ରାଧାନ୍ୟ ଦେଲେ ମହାମାରୀ ଯୋଗୁଁ ଉପୁଜୁଥିବା ଆର୍ଥିକ ସ୍ଥିତିର ପୁନରୁଦ୍ଧାର ହୋଇପାରିବ ।
ଅର୍ଥ ବିଭାଗ ପ୍ରପୁଖ ଶାସନ ସଚିବ ଶ୍ରୀ ଅଶୋକ କୁମାର ପୀନା କହିଥିଲେ ଯେ, କୋଭିଡ୍‌-୧୯ ମହାମାରୀ ଆରମ୍ଭରୁ ଅର୍ଥ ବିଭାଗ ସୁଚାରୁ ରୂପେ ବ୍ୟାଙ୍କିଂ କାର୍ଯ୍ୟ ଚାଲିବା ପାଇଁ ସମସ୍ତ ବ୍ୟାଙ୍କ/ପୋଷ୍ଟ ଅଫିସ୍‌/ଏସ୍‌ଏଲ୍‌ବିସି/ଆର୍‌ବିଆଇକୁ ବିଭିନ୍ନ ସପୟରେ ମାର୍ଗଦର୍ଶିକା ତଥା ନୀତିନିୟମ ଜାରି କରିଆସିଛି । ୨୦୨୦-୨୧ ବର୍ଷ ପାଇଁ ବାର୍ଷିକ ଋଣ ଯୋଗାଣ ଧାର୍ଯ୍ୟ ହୋଇଛି, ଯାହାକି ପୂର୍ବ ବର୍ଷ ତୁଳନାରେ ୧୫ ହଜାର କୋଟି ଟଙ୍କା ଅଧିକ । ଅଗ୍ରାଧିକାର କ୍ଷେତ୍ରଗୁଡ଼ିକ ଚଳିତ ୨୦୨୦ ମାର୍ଚ୍ଚ ମାସ ସୁଦ୍ଧା ବାର୍ଷିକ ଧାର୍ଯ୍ୟ ଋଣ ଯୋଜନା କ୍ଷେତ୍ରରେ ପ୍ରାୟ ୯୫.୩୭ ପ୍ରତିଶତ ଧାର୍ଯ୍ୟ ଲକ୍ଷ୍ୟ ହାସଲ କରିଛନ୍ତି । କୃଷି ଏବଂ ଅନ୍ୟାନ୍ୟ ପତ୍ସ୍ୟଚାଷ, ଦୁଗ୍ଧ ଉତ୍ପାଦନ କ୍ଷେତ୍ରଗୁଡ଼ିକୁ ବ୍ୟାଙ୍କମାନେ ଅଧିକ ଦୃଷ୍ଟି ଦେବାର ଆବଶ୍ୟକତା ରହିଛି । ପ୍ରତି ବ୍ୟାଙ୍କ ତିନୋଟି ଲେଖାଏଁ ଭ୍ରାମ୍ୟମାଣ ଏଟିଏମ୍‌ ରଖିବେ, ଯାହାକି ସମସ୍ତ ସାଧାରଣ ଓ ଅସାଧାରଣ ପରିସ୍ଥିତିରେ ଜନସାଧାରଣଙ୍କୁ ସେବା ପ୍ରଦାନ କରିବେ ।
ସିଧାସଳଖ ହିତାଧିକାରୀଙ୍କ ଆକାଉଣ୍ଟକୁ ଅର୍ଥପ୍ରଦାନ ବ୍ୟବସ୍ଥା ଯୋଗୁଁ ଗ୍ରାମାଞ୍ଚଳରେ ଜନସାଧାରଣ ଓ ସରକାରଙ୍କ ଯୋଜନାର ସୁଫଳ ପାଇପାରୁଛନ୍ତି । ସ୍ୱୟଂ ସହାୟକ ଗୋଷ୍ଠୀମାନଙ୍କୁ ଅତିକମ‌ରେ ୨ ଲକ୍ଷ ଟଙ୍କାର ଋଣ ପ୍ରଦାନ ତଥା ଯେଉଁମାନେ ଋଣ ପାଇଁ ଆବେଦନ କରିଛନ୍ତି ତାଙ୍କୁ ଶୀଘ୍ର ଋଣ ପ୍ରଦାନ ପାଇଁ ପ୍ରମୁଖ ଶାସନ ସଚିବ କହିଛନ୍ତି । ପ୍ରବାସୀ ଶ୍ରମିକମାନଙ୍କ ପାଇଁ ନୂଆ ଆକାଉଣ୍ଟ ଖୋଲିବା ପାଇଁ ସେ କହିଥିଲେ । ଲକ୍‌ ଡାଉନ୍‌ ଅବଧିରେ ବ୍ୟାଙ୍କମାନେ ଜନସାଧାରଣଙ୍କୁ ଉପଯୁକ୍ତ ସେବା ଯୋଗାଇ ଦେଇଥିବାରୁ ସେ ସନ୍ତୋଷ ପ୍ରକାଶ କରିଥିଲେ ।
ଆଜିର ଏହି ବୈଠକରେ ଅନ୍ୟମାନଙ୍କ ମଧ୍ୟରେ ଅଣୁ, କ୍ଷୁଦ୍ର ଓ ପଧ୍ୟପ ଉଦ୍ୟୋଗ ବିଭାଗର ପ୍ରପୁଖ ଶାସନ ସଚିବ ଶ୍ରୀ ହେପନ୍ତ ଶର୍ମା, ମତ୍ସ୍ୟ ଓ ପ୍ରାଣୀସଂପଦ ବିକାଶ ବିଭାଗର ଶାସନ ସଚିବ ଶ୍ରୀ ଆର୍‌. ରେଘୁ, ଅର୍ଥ ବିଭାଗର ସ୍ବତନ୍ତ୍ର ଶାସନ ସଚିବ ଶ୍ରୀ ପି.କେ. ବିଶ୍ୱଳ, ୟୁକୋ ବ୍ୟାଙ୍କର ପରିଚାଳନା ନିର୍ଦ୍ଦେଶକ ତଥା ପୁଖ୍ୟ କାର୍ଯ୍ୟନିର୍ବାହୀ ଶ୍ରୀ ଗୋଏଲ୍‌, ଭାରତ ସରକାରଙ୍କ ଉପସଚିବ ଶ୍ରୀ ଡୋଗ୍ରା, ଭାରତୀୟ ରିଜର୍ଭ ବ୍ୟାଙ୍କର ଆଞ୍ଚଳିକ ନିର୍ଦ୍ଦେଶକ ଶ୍ରୀ ପଲ୍ଲ, ନାବାର୍ଡର ପୁଖ୍ୟ ପରିଚାଳନା ନିର୍ଦ୍ଦେଶକ ଶ୍ରୀ ଚନ୍ଦ୍ରଶେଖର, ଏସ୍‌ବିଆଇର ମୁଖ୍ୟ ପରିଚାଳନା ନିର୍ଦ୍ଦେଶକ ଶ୍ରୀମତୀ ପ୍ରବୀଣୀ କାଲା ଏବଂ ୟୁକୋ ବ୍ୟାଙ୍କ ପରିଚାଳନା ନିର୍ଦ୍ଦେଶକ ତଥା ଆବାହକ ଶ୍ରୀ ସଂଜୟ କୁମାର ଏବଂ ୧୦ ଜଣ ଲିଡ୍‌ ବ୍ୟାଙ୍କ୍‌ ମ୍ୟାନେଜର ପ୍ରମୁଖ ଉପସ୍ଥିତ ଥିଲେ।

Comments
Loading...