କରୋନା ଯୋଦ୍ଧା ଭାବେ ଡାକ୍ତର ଓ ନର୍ସଙ୍କୁ ସମ୍ବର୍ଦ୍ଧନା ଦେଲା ତୁଷାର ଚାରିଟେବୁଲ୍ ଟ୍ରଷ୍ଟ

ଭୁବନେଶ୍ୱର: କରୋନା ମହାମାରୀକୁ ପ୍ରତିହତ କରିବା ପାଇଁ ସାରା ଦେଶ ଲଢ଼େଇ କରୁଛି। ଏହି ଲଢେଇର ଆଗଧାଡ଼ିର ଯୋଦ୍ଧା ହେଉଛନ୍ତି ଡାକ୍ତର ଓ ନର୍ସ। ସେମାନଙ୍କ ଅକ୍ଲାନ୍ତ ପରିଶ୍ରମ ଏବଂ ଉତ୍ସର୍ଗିକୃତ ସେବା ମନୋଭାବ ଯୋଗୁ ଦେଶରେ କରୋନା ସଂକ୍ରମିତ ରୋଗୀଙ୍କୁ ସଫଳତାର ସହିତ ଚିକିତ୍ସା କରାଯାଇପାରୁଛି। ଏହି ପରିପ୍ରେକ୍ଷୀରେ ଆଜି ତୁଷାର ଚାରିଟେବୁଲ୍ ଟ୍ରଷ୍ଟ ତରଫରୁ ଆଚାର୍ୟ୍ୟବିହାର ଏବଂ ପୁଲିସ୍ ବ୍ୟାରେକ୍‌ରେ ଥିବା ହସ୍ପିଟାଲ୍‌ର ଡାକ୍ତର ଓ ନର୍ସଙ୍କୁ କରୋନା ଯୋଦ୍ଧା ସମ୍ବର୍ଦ୍ଧିତ କରାଯାଇଥିଲା। ଟ୍ରଷ୍ଟର ଉପଦେଷ୍ଟା ନବକିଶୋର ବେହେରା, ସମ୍ପାଦକ ବିବେକାନନ୍ଦ ବାରିକ, ସଭାପତି ଜିତେନ୍ଦ୍ର କୁମାର ଜେନା, ଶିଶିର କୁମାର ମହାପାତ୍ର, ବିକାଶ ଚନ୍ଦ୍ର ପଟ୍ଟନାୟକ, ଗୋଲକ ନାୟକ ପ୍ରମୁଖ ଡାକ୍ତର ଓ ନର୍ସଙ୍କୁ ଉତ୍ତରୀୟ ଦେଇ ସମ୍ବର୍ଦ୍ଧିତ କରିଥିଲେ। ଏହି ଅବସରରେ ଡା.ମମତା ନାୟକ, ଡା.ଜେ.ଶୁଭେନ୍ଦୁ ମହାନ୍ତି, ଡା.ଚିତ୍ତରଞ୍ଜନ ରାଉତ, ଶ୍ରୀଧର ବେହେରା, ପ୍ରମିଳା ସିଂ, ନିହାର ରଞ୍ଜନ ମହାପାତ୍ର, ସୌଦାମିନୀ ସାହୁ, ଅଶ୍ୱିନୀ ପାଟ୍ଟଶାଣୀ, ପ୍ରତିମା ଦେଈ, ମମତା କାନୁନଗୋଙ୍କୁ ସମ୍ମାନିତ କରାଯାଇଛି। ଟ୍ରଷ୍ଟ କର୍ମକର୍ତ୍ତା ଭାବେ ଅମଳେଶ ଦାସ, ଦେବାଶିଷ ଚାଟ୍ଟାର୍ଜୀ, ମୁନା ମହାପାତ୍ର, ତ୍ରିନାଥ ମହାରଣା, ସୁଶାନ୍ତ ରାଉତ ପ୍ରମୁଖ ଉପସ୍ଥିତ ରହି କାର୍ୟ୍ୟକ୍ରମକୁ ସୁଚାରୁରୂପେ ପରିଚାଳନା କରିଥିଲେ।

Comments
Loading...