ଅତିଥି ଶ୍ରମିକଙ୍କୁ ନିଜ ରାଜ୍ୟରେ ପହଞ୍ଚାଇବା ପାଇଁ ଓଡ଼ିଶା ସରକାର ପ୍ରତିଶ୍ରୁତିବଦ୍ଧ 

ଭୁବନେଶ୍ବର : ପ୍ରତ୍ୟେକ ଅତିଥି ଶ୍ରମଜୀବୀଙ୍କୁ ନିରାପଦରେ ନିଜ ରାଜ୍ୟରେ ପହଞ୍ଚାଇବା ଏବଂ କୌଣସି ପ୍ରବାସୀ ଶ୍ରମଜୀବୀଙ୍କୁ ଓଡ଼ିଶା ମାଟିରେ ଚାଲିଚାଲି ଯିବାକୁ ନଦେବା ନିମନ୍ତେ ଓଡ଼ିଶା ସରକାର ପ୍ରତିଶ୍ରୁତିବଦ୍ଧ। ସମସ୍ତଙ୍କୁ ପରିବହନ ବ୍ୟବସ୍ଥା ଯୋଗାଇ ଦିଆଯିବ ଓ ସେମାନଙ୍କୁ ନିଜ ରାଜ୍ୟ ସୀମା ନିକଟବର୍ତ୍ତୀ ବର୍ଡର ପଏଣ୍ଟରେ ପହଞ୍ଚାଇ ଦିଆଯିବ।

ଦେଶର ବିଭିନ୍ନ ରାଜ୍ୟରେ ରହିଥିବା ଓଡ଼ିଆ ଭାଉଭଉଣୀମାନେ ଦୈନିକ ଓଡ଼ିଶା ଫେରୁଛନ୍ତି। ଆଜି ୧୩,୮୫୧ ଜଣ ଓଡ଼ିଆ ଭାଉଭଉଣୀ ଓଡ଼ିଶାରେ ପହଞ୍ଚିଛନ୍ତି। ଏ ପର୍ଯ୍ୟନ୍ତ ବାହାର ରାଜ୍ୟଗୁଡ଼ିକରୁ ଓଡ଼ିଶାକୁ ୨,୩୭,୬୯୮ ଜଣ ଫେରିଛନ୍ତି। ସେମାନେ ବସ୍‌, ଟ୍ରେନ୍‌ ଓ ଅନ୍ୟ ଯାନବାହନରେ ଆସିଛନ୍ତି ବୋଲି ସୂଚନା ଓ ଲୋକ ସମ୍ପର୍କ ବିଭାଗ ପକ୍ଷରୁ ସୂଚନା ଦିଆଯାଇଛି।

Comments are closed.