ସାବାଡ଼ ହେବେ କ୍ବାରେଣ୍ଟାଇନ ଅମାନିଆ

ଭୁବନେଶ୍ବର : ଏଣିକି ସାବାଡ଼ ହେବେ କ୍ବାରେଣ୍ଟାଇନ ନିୟମ ଖିଲାପକାରୀ। ଏହି ନିୟମ ଖିଲାପ କଲେ ଦୃଢ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ବୋଲି ରବିବାର ମୁଖ୍ୟଶାସନ ସଚିବ ଅସିତ ତ୍ରିପାଠୀ ସାମ୍ବାଦିକ ସମ୍ମିଳନୀରେପ୍ରକାଶ କରିଛନ୍ତି। ବାହାରୁ ଆସୁଥିବା ପ୍ରବାସୀମାନେ ବିଶୃଙ୍ଖଳିତ ହେଲେ ତାଙ୍କ ବିରୁଦ୍ଧରେ ଦୃଢ କଡ଼ା କାର୍ଯ୍ୟନୁଷ୍ଠାନ ଗ୍ରହଣ କରାଯିବ ବୋଲି ସେ କହିଛନ୍ତି ।

ଯେଉଁମାନେ କ୍ବାରେମଣ୍ଟାଇନ ନିୟମ ଭାଙ୍ଗିବେ ଦୂର ଜିଲାରେ ସମ୍ପୃକ୍ତ ବ୍ୟକ୍ତିଙ୍କୁ କ୍ବାରେଣ୍ଟାଇନରେ ରଖାଯିବ। ସେମାନଙ୍କ କ୍ବାରେଣ୍ଟାଇନ ଅବଧି ବୃଦ୍ଧି ସହ ସରକାରୀ ସହାୟତା ଦିଆଯିବ ନାହିଁ।  ଏଥିସହ ସମ୍ପୃକ୍ତ ବ୍ୟକ୍ତିଙ୍କୁ ଗିରଫ କରାଯିବ ବୋଲି ମୁଖ୍ୟଶାସନ ସଚିବ ଚେତାଇ ଦେଇଛନ୍ତି। ସରପଞ୍ଚମାନେ ନିଜ ନିଜ ଅଞ୍ଚଳର ତଦାରଖ କିରିବେ। ଯଦି କେହି ନିୟ.ମ ନ ମାନନ୍ତି ଜିଲାପଳ କିମ୍ବା ଅନ୍ୟ ଅଧିକାରୀଙ୍କୁ ଜଣାଇବେ। ଯେଉଁମାନେ ଏହି କ୍ବାରେଣ୍ଟାଇନ ନିୟମକୁ ଖିଲାପ କରିବେ ସେମାନଙ୍କ ବୁରୁଦ୍ଧରେ ଦୃଢ଼ କାର୍ଯ୍ୟାନୁଷ୍ଠାନ ନେବାକୁ ନିର୍ଦେଶ ଦିଆଯାଇଛି ।

ସେହିପରି , ବିନା ପାସରେ ବସକୁ ସୀମା ଭିତରେ ପ୍ରବେଶ ଅନୁମତି ମିଳିବ ନାହିଁ । ବସରେ ଆବଶ୍ୟକତା ଠାରୁ ଅଧିକ ପ୍ରବାସୀ ଥିଲେ ବସକୁ ପ୍ରବେଶ କରିବାକୁ ଅନୁମତି ଦିଆଯିବ ନାହିଁ । ଅବଶ୍ୟକତା ଠାରୁ ଅଧିକ ଯାତ୍ରୀ ଥିବା ବସକୁ ଫେରାଇ ଦିଆଯିବ। ପୂର୍ବ ନିର୍ଦ୍ଧାରିତ ରୁଟରେ ନ ଗଲେ ବସକୁ ସମ୍ପୂର୍ଣ୍ଣ ସିଜ କରାଯିବ ବୋଲି ମୁଖ୍ୟଶାସନ ସଚିବ ଅସିତ ତ୍ରିପାଠୀ କହିଛନ୍ତି  ।

Comments are closed.