ଭୁବନେଶ୍ଵରରେ ଲକ୍ ଡାଉନ୍ କଟକଣା ବଳବତ୍ତର ରହିବା ନେଇ ବିଏମସିର ସୂଚନା

ଭୁବନେଶ୍ଵର : ରାଜଧାନୀ ଭୁବନେଶ୍ଵରରେ କୋହଳ ହେବନାହିଁ ଲକ୍ ଡାଉନ କଟକଣା । ଏନେଇ ସୂଚନା ଦେଇଛି ଭୁବନେଶ୍ଵର ମହାନଗର ନିଗମ(ବିଏମସି) । ରାଜଧାନୀ ଭୁବନେଶ୍ଵର ରାଜ୍ୟରେ କରୋନା ହଟସ୍ପଟ ସହ ରେଡ୍ ଜୋନ ପରିସର ଭୁକ୍ତ ଥିବାରୁ ଲକ୍ ଡାଉନ କଟକଣା କୋହଳ କରାଯିବ ନାହିଁ ବୋଲି ବିଏମସି ଟ୍ବିଟ ଯୋଗେ ସୂଚନା ଦେଇଛି । କରୋନାକୁ ସଂକ୍ରମଣକୁ ରୋକିବା ପାଇଁ ପରବର୍ତ୍ତୀ ସମୀକ୍ଷା ପର୍ଯ୍ୟନ୍ତ ଏହି ଲକ୍ ଡାଉନ କଟକଣା ବଳବତ୍ତର ରହିବ। ଏନେଇ ସହଯୋଗ କରିବା ପାଇଁ ରାଜଧାନୀର ଜନସାଧାରଣଙ୍କୁ ଅନୁରୋଧ କରିଛି ବିଏମ୍‌ସି ।

Comments are closed.