ନମୁନା ସଂଗ୍ରହପାଇଁ ଟିମ ଗଠନ

ଭୁବନେଶ୍ବର : ରାଜ୍ୟର କରୋନା ହଟସ୍ପଟ୍ ଭୁବନେଶ୍ୱରରେ ଗତକାଲି ବ୍ୟପକ ଟେଷ୍ଟ ହେବାନେଇ ଘୋଷଣା ହେବା ପରେ ଶନିବାର ନମୁନା ପରୀକ୍ଷା ପାଇଁ ବିଏମସି ପକ୍ଷରୁ ନିର୍ଦ୍ଦେଶନାମା ଜାରି କରାଯାଇଛି। ନମୁନା ସଂଗ୍ରହ କରିବାକୁ ବିଏମସି ପକ୍ଷରୁ ସ୍ବତନ୍ତ୍ର ଟିମ ଗଠନ କରାଯାଇଛି । ଏହି ଟିମରେ ଡାକ୍ତର , ଶିକ୍ଷକ ଓ ପରିମଳ କର୍ମଚାରୀ ସାମିଲ ହୋଇଛନ୍ତି। ଏଥିରେ ୩ଟି ଜୋନ ପାଇଁ  ୧୩ଟି ଟିମ ଗଠନ କରାଯାଇଛି।  ୧୩ଟି ଟିମ ୨ଟି ପର୍ଯ୍ୟାୟରେ ରକ୍ତ ନମୁନା ସଂଗ୍ରହ କରିବେ। ପ୍ରଥମ ପର୍ଯ୍ୟାୟରେ ସକାଳ ୮ଟାରୁ ଦିନ ୧୧ଟା ଯାଏଁ ଓ ଦିତ୍ବୀୟ ପର୍ଯ୍ୟାୟରେ ଅପରାହ୍ନ ୪ଟାରୁ ସନ୍ଧ୍ୟା ୬ଟା ପର୍ଯ୍ୟନ୍ତ କାମ କରିବେ ।

 

Comments are closed.