ରାଜଧାନୀର ବିଭିନ୍ନ ବାରରେ କମିଶନରେଟ୍ ପୁଲିସର ଚଢାଉ; ୪ ବାର ସିଲ, ଜୋରିମାନା ଆଦାୟ

ଭୁବନେଶ୍ବର: କମିସନରେଟ ପୁଲିସ ପକ୍ଷରୁ ରାଜଧାନୀର ବିଭିନ୍ନ ବାରରେ ଶନିବାର ରାତିରେ ଅତର୍କିତ ଚଢଉ କରାଯାଇଛି। ଚଢଉ ସମୟରେ କଟକ ରୋଡରେ ଥିବା ସ୍ବାଗତ ଓ ମହାନ୍ତି ବାର ଏବଂ ଖାରବେଳନଗର ଥାନା ଅଞ୍ଚଳରେ ଥିବା ଅଜିତ୍‌ ଓ ମେଡବୁଲ ପବକୁ ସିଲ କରାଯାଇଛି। ବାରରେ ମଦ ବିକ୍ରି ପାଇଁ ଅନୁମତି ଥିଲାବେଳେ ଉପରୋକ୍ତ ବାରରେ ଗ୍ରାହକଙ୍କୁ ବସାଇ ମଦ ପରିବେଷଣ କରାଯାଉଥିଲା। ୨୦ରୁ ଊର୍ଦ୍ଧ୍ବ ବାରରେ ଚଢଉ ହୋଇଥିବା ଜଣାପଡିଛି। ସିଲ ହୋଇଥିବା ବାରର ଗ୍ରାହକ ଓ ମ୍ୟାନେଜରଙ୍କଠାରୁ ଜୋରିମାନା ୩୨,୦୦୦ଟଙ୍କା ଆଦାୟ କରାଯାଇଛି।

ପୁଲିସ ସୂଚନା ମୁତାବକ, ବିଭିନ୍ନ ବାର କୋଭିଡ କଟକଣାର ଅବମାନନା କରୁଥିବା ନେଇ ଅଭିେଯାଗ ହୋଇଥିଲା। ପୁଲିସ ଏନେଇ ଖବର ପାଇବାପରେ ଚଢଉ କରି ବାରମାଲିକଙ୍କୁ ନୋଟିସ କରିବା ସହ ଏଗୁଡିକୁ ଅନିର୍ଦିଷ୍ଟ କାଳପର୍ଯ୍ୟନ୍ତ ସିଲ କରିବା ପାଇଁ ଅବକାରୀ ବିଭାଗକୁ କମିସନରେଟ ପୁଲିସ ପକ୍ଷରୁ ଚିଠି ଲେଖାଯିବ ବୋଲି ଜଣାପଡିଛି।

Comments are closed.