ଭୁବନେଶ୍ବରରେ ପୁଣି ୧୬ କରୋନା ଚିହ୍ନଟ

ଆକ୍ରାନ୍ତଙ୍କ ସଂଖ୍ୟା ୩୯କୁ ବୃଦ୍ଧି ଗୋଟିଏ ଦିନରେ ୧୮ ରୋଗୀ

ଭୁବନେଶ୍ବର (ବ୍ୟୁରୋ):  ରବିବାର ଭୁବନେଶ୍ବରରେ ଚିହ୍ନଟ ହୋଇଛନ୍ତି ନୂଆ ୧୬ କରୋନା ସଂକ୍ରମିତ । ଏହାଫଳରେ ରାଜ୍ୟରେ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ୩୯ରେ ପହଞ୍ଚିଛି । ଗୋଟିଏ ଦିନରେ ଭୁବନେଶ୍ବରରେ ୧୮ ରୋଗୀ ଚିହ୍ନଟ ପରେ ପରିସ୍ଥିତି ଗୁରୁତର ଆଡ଼କୁ ଗତି କରୁଥିବା କୁହାଯାଉଛି । ଆଜି ଗୋଟିଏ ଦିନରେ ଭୁବନେଶ୍ବରରେ ଚିହ୍ନଟ ହୋଇଥିବା ୧୮ ସଂକ୍ରମିତଙ୍କ ମଧ୍ୟରୁ କେବଳ ବମିଖାଲରୁ ୧୫ଜଣ ବୋଲି ଜଣାପଡିଛି।

 

Comments are closed.