କିମସ୍ ଓ ଅଶ୍ବିନୀରେ ଆରମ୍ଭ ହେଲା କୋଭିଡ-୧୯ ହସ୍ପିଟାଲ

ଭୁବନେଶ୍ବର : କରୋନା ମୁକାବିଲା ପାଇଁ  ରାଜ୍ୟସରକାର ଭୁବନେଶ୍ବର ଓ କଟକରେ ୨ଟି କୋଭିଡ-୧୯ ହସ୍ପିଟାଲ ପ୍ରସ୍ତୁତ କରିଛନ୍ତି । କିମସ ହସ୍ପିଟାଲରେ ୫୦୦ ଓ ଅଶ୍ବିନୀରେ ୧୫୦ଟି କରୋନା ଶଯ୍ୟା ପ୍ରସ୍ତୁତ କରାଯାଇଛି। କରୋନା ପାଇଁ ସରକାରଙ୍କ ପକ୍ଷରୁ ମାଗଣା ଚକିତ୍ସା , ଖାଇବା ଓ ରହିବା ସୁବିଧା ବ୍ୟବସ୍ଥା କରାଯାଇଛି। ଏ ନେଇ ଡାକ୍ତର ଓ ପାରା ମେଡିକାଲ ଷ୍ଟାଫଙ୍କ ସହ ମୁଖ୍ୟମନ୍ତ୍ରୀ କଥା ହୋଇଛନ୍ତି । କରୋନା ମୁକାବିଲାରେ ସେମାନଙ୍କର ମହତ କାର୍ଯ୍ୟକୁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ପ୍ରଶଂସା କରିଛନ୍ତି ।

 

Comments are closed.