ମୁଖ୍ୟମନ୍ତ୍ରୀଙ୍କ ରିଲିଫ ପାଣ୍ଠିକୁ ଦାନ କଲେ ଓଡ଼ଆ ସିନେ ତାରକା ଅର୍ଦ୍ଧେନ୍ଦୁ

ଭୁବନେଶ୍ବର : ଓଡ଼ିଆ ସିନେ ତାରକା ଅଦ୍ଧେନ୍ଦୁ ସୁନ୍ଦର ସାହୁ ଶନିବାର ମୁଖ୍ୟମନ୍ତ୍ରୀଙ୍କ ରିଲିଫ ପାଣ୍ଠିକୁ ୩ଲକ୍ଷ ଟଙ୍କା ପ୍ରଦାନ କରିଛନ୍ତି। ରାଜ୍ୟ ଲୋକସେବା ଭବନଠାରେ ମୁଖ୍ୟ ଶାସନ ସଚିବ ଅସିତ ତ୍ରିପାଠୀଙ୍କ ଉପସ୍ଥିତିରେ ଅର୍ଦ୍ଧେନ୍ଦୁ ଓ ତାଙ୍କ ପତ୍ନୀ ପଲ୍ଲବୀ ମହାରଥୀ ଏହି ଚେକ ପ୍ରଦାନ କରିଥିଲେ। ଚେକ ପ୍ରଦାନ ବେଳେ ଅର୍ଦ୍ଧେନ୍ଦୁ କହିଥିଲେ ଯେ, ଏହି ଅର୍ଥ ରାଶି ସେ ନିଜ ପିରବାର ତରଫରୁ ଦାନ କରିଛନ୍ତି । ଦୃଢ ବିଶ୍ବାସ ଯେ, ଅଦୃଶ୍ୟ ଶତୃ କରୋନା ବିରୁଦ୍ଧ ଲଢେଇରେ ଓଡ଼ିଶା ନିଶ୍ଚୟ ବିଜୟୀ ହେବ। ଏଥିପାଇଁ ମିଖ୍ୟ ଶାସନ ସଚିବ ଅସିତ ତ୍ରିପାଠୀ ଉଭୟଙ୍କୁ ଧନ୍ୟବାଦ ଜଣାଇଥିଲେ।

Comments are closed.