ଲକ ଡାଉନ ପାଇଁ ଗାଡି କାଗଜପତ୍ରର ବୈଧତା ବଢିଲା

ଭୁବନେଶ୍ବର : ଦେଶରେ ଲକଡାଉନ ପାଇଁ ଗାଡି ପରମିଟ ଅବଧିକୁ ବୃଦ୍ଧି କରାଯାଇଛି। ଲକ ଡାଉନ ପାଇଁ ନବୀକରଣ ସମ୍ଭବ ହୋଇ ନ ଥିବାରୁ ଅବଧି ବୃଦ୍ଧି କରାଯାଇଛି । ଏ ନେଇ କେନ୍ଦ୍ର ସଡ଼କ ପରିବହନ ମନ୍ତ୍ରାଳୟ ପକ୍ଷରୁ ବିଜ୍ଞପ୍ତି ପ୍ରକାଶ ପାଇଛି ।ଡ୍ରାଇଭିଂ ଲାଇସେନ୍ସ, ପରମିଟ, ରେଜିଷ୍ଟ୍ରେସନ , ଫିଟନେସ ପାଇଁ ଅବଧି ବଢାଯାଇଛି । ଫେବୃଆରୀରେ ଅବଧି ସରିଥିବା ଗାଡ଼ିଗୁଡ଼ିକର କାଗଜପତ୍ରର ନବୀକରଣର ଆବଶ୍ୟକତା ନାହିଁ ।  ଫେବୃଆରୀ ୧ରୁ ଜୁନ ୩୦ ସୁଦ୍ଧା ସରୁଥିବା ଗାଡି କାଗଜପତ୍ର ପାଇଁ ଏହା ଲାଗୁ । ଏ ନେଇ କେନ୍ଦ୍ର ପରିବବନ ମନ୍ତ୍ରାଲୟ ସବୁ ରାଜ୍ୟ ଓ କେନ୍ଦ୍ରଶାସିତ ଅଞ୍ଚଳକୁ ନିର୍ଦ୍ଦେଶ ଜାରି କରିଛି। ଏହାସହ ଲର୍ଣ୍ଣିଂ ଲାଇସେନ୍ସ ଓ ପଲ୍ୟୁସନ ସାର୍ଟିଫିକେଟ ଅବଧି ମଧ୍ୟ ବଢିଛି। ଜୁନ ୩୦ ପର୍ଯ୍ୟନ୍ତ ଲର୍ଣ୍ଣିଂ ଓ ପଲ୍ୟୁସନ ସାର୍ଟିଫିକେଟ ମଧ୍ୟ ବୈଧ ଅଟେ । ଏନେଇ ରାଜ୍ୟ ସରକାରଙ୍କ ପରିବହନ ଅଥରିଟି (ଏସଟିଏ) ପକ୍ଷରୁ ମଧ୍ୟ  ଟୁଇଟ୍ କରାଯାଇ ସୂଚନା ଦିଆଯାଇଛି ।

Comments are closed.