ଲକ ଡାଉନ : ପୁଲିସଙ୍କୁ ମିଳିବ ବିଶ୍ରାମ

ଭୁବନେଶ୍ବର : ବର୍ତ୍ତମାନ ପାଇଁ ସରକାର ୩ ସପ୍ତାହ ପାଇଁ “ଲକ୍ ଡାଉନ” ଘୋଷଣା କରିଛନ୍ତି, କୋଭିଡ୍ – ୧୯ ସଂପର୍କୀତ ନିୟମ କିଛି ମାସ ଧରି ଜାରୀ ରହିପାରେ। ଲକ ଡାଉନ ନିୟମକୁ କଡାକଡି ପାଳନ  ଫଳରେ ଅବସ୍ଥାରେ ମୋଟାମୋଟି ସ୍ଥିରତା ଆସିଛି। ଏ ବାବଦରେ ରାଜ୍ୟ ଆରକ୍ଷୀ ମହାନିର୍ଦ୍ଦେଶକ ଶ୍ରୀ ଅଭୟ ଜିଲା ଆରକ୍ଷୀ ଅଧିକ୍ଷକ ଓ ଡି.ସି.ପି ମାନଙ୍କ ସହ ଭିଡିଓ କନ୍‌ଫରେନ୍ସଂ ମାଧ୍ୟମରେ ଆଲୋଚନା କରି ଏକ ମାର୍ଗଦର୍ଶିକା ପ୍ରକାଶ କରିଛନ୍ତି। ସମସ୍ତ ଜିଲା ଆରକ୍ଷୀ ଅଧିକ୍ଷକ ଓ ଡି.ସି.ପି ମାନଙ୍କୁ ପରାମର୍ଶ ଦିଆଯାଇଅଛି ଯେ ସେମାନେ ବିଭିନ୍ନ ସହର ଓ ସଡକରେ ମୁତୟନ ପୁଲିସ କର୍ମଚାରୀଙ୍କ କାର୍ଯ୍ୟ ନିର୍ଘଣ୍ଟକୁ ପୁନଃ ସମୀକ୍ଷା କରିବେ ଏବଂ ଯଥା ସମ୍ଭବ ନିଶ୍ଚିତ କରିବେ ଯେ ନିୟୋଜିତ ପୁଲିସ କର୍ମଚାରୀ ମାନେ ସପ୍ତାହରେ ଦିନଟିଏ ବିଶ୍ରାମ ପାଇବେ ଏବଂ ସେମାନଙ୍କ ଦୈନିକ କାର୍ଯ୍ୟ ଅବଧି ଆଠ ଘଣ୍ଟାରୁ ଅଧିକ ହେବ ନାହିଁ।

Comments are closed.