ଆସନ୍ତାକାଲି ହେବାକୁ ଯାଉଛି ଘଣ୍ଟିକିଆ ବିଧାନସଭା

ଭୁବନେଶ୍ବର : ସୋମବାର ମାର୍ଚ୍ଚ୩୦ ତାରିଖ ସକାଳ ୧୦ଟା ୩୦ମିନିଟରେ ଆରମ୍ଭ ହେବ ବିଧାନସଭାର ଘଣ୍ଟିକିଆ ଅଧିବେଶନ। ପ୍ରଶ୍ନ କାଳ ବାତିଲ କରାଯାଇ ବାକି ଥିବା ବିଭାଗର ବଜେଟ ପାରିତ ହେବ । ତାପରେ ବ୍ୟୟ ମଞ୍ଜୁରୀ ବିଲ୍ ଆଗତ କରାଯାଇ ପାରିତ ହେବ। ଏହି ଅଧିବେଶନ ଲାଗି ଗୋଟିଏ ଘଣ୍ଟାର କାର୍ଯ୍ୟକ୍ରମ ସ୍ଥିରୀକୃତ ହୋଇଛି। ବିଧାନସଭା ଫୋରମ୍‌ ପାଇଁ ଯେତିକି ଆବଶ୍ୟକ ସେତିକି ବିଧାୟକ ଆସିବା ପାଇଁ ବାଚସ୍ପତି ସୂର୍ଯ୍ୟ ପାତ୍ର ନିର୍ଦ୍ଦେଶ ଦେଇଛନ୍ତି ।

Comments are closed.