କରୋନା ମକୁବିଲା : ମୁଖ୍ୟମନ୍ତ୍ରୀଙ୍କ ୨୨ଶହ କୋଟିର ପ୍ୟାକେଜ ଘୋଷଣା

ଭୁବନେଶ୍ବର : କରୋନାର ମୁକାବିଲା ପାଇଁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଶୁକ୍ରବାର ୨୨୦୦ କୋଟିର ପ୍ୟାକେଜ ଘୋଷଣା କରିଛନ୍ତି । ଏଥିରେ ସାମାଜିକ ସୁରକ୍ଷାରେ ୪ ମାସର ଭତ୍ତା ହିତାଧିକାରୀଙ୍କୁ ଆଗୁଆ ମିଳିବ । ବୃଦ୍ଧବୃଦ୍ଧା, ବିଧବା, ଭିନ୍ନକ୍ଷମ ମାନଙ୍କୁ ୪ ମାସର ଭତ୍ତା ଆଗୁଆ ଦିଆଯିବ। ଏହି ସୁରକ୍ଷା ଯୋଜନରେ ମୋଟ ୪୮ ଲକ୍ଷ ପରିବାର ଉପକୃତ ହେବେ।। ଏହା ବାବଦକୁ ୯୩୨ କୋଟି ଟଙ୍କା ଖର୍ଚ୍ଚ କରାଯିବ । ଖାଦ୍ୟ ସୁରକ୍ଷାରେ ୯୪ ଲକ୍ଷ ପରିବାରଙ୍କୁ ୧୦୦୦ ଟଙ୍କା ଲେଖାଏଁ ଦିଆଯିବ । ଏ ନେଇ ୯୪୦ କୋଟି ଟଙ୍କା ଖର୍ଚ୍ଚ କରାଯିବ । ୨୨ ଲକ୍ଷ ନିର୍ମଣା ଶ୍ରମିକଙ୍କୁ ୧୫ ଶହ ଟଙ୍କା ଲେଖାଏଁ ସହାୟତା ମିଳିବ । ଏ ନେଇ ରାଜ୍ୟ ସରକାର ୩୩୦ କୋଟି ଟଙ୍କା ଖର୍ଚ୍ଚ କରିବେ।

Comments
Loading...