ଗୁଜବରେ ବିଶ୍ବାସ କରନାହିଁ : ଲକ ଡାଉନ ସମୟରେ ଅତ୍ୟାବଶ୍ୟକ ସାମଗ୍ରୀ  ଓ ଜରୁରୀ ସେବା ଜାରି ରହିବ

ଭୁବନେଶ୍ବର : କରୋନା ଏକ ବୈଶ୍ବିକ ମହାମାରୀର ରୂପ ନେଇସାରିଛି । ଭାରତରେ ଏହାର ସଂକ୍ରମଣ ରୋକିବା ଲାଗି ଆଉ ଏକ କଠୋର ପଦକ୍ଷେପ ପୂର୍ବକ ଭାରତକୁ ସମ୍ପୂର୍ଣ୍ଣ ୩ ସପ୍ତାହ/ ୨୧ ଦିନ ପର୍ଯ୍ୟନ୍ତ ତାଲାବନ୍ଦ ଘୋଷଣା କରାଯାଇଛି।  ଗୋଟିଏ ସପ୍ତାହରେ ୨ୟ ଥର ପାଇଁ ମଙ୍ଗଳବାର ସନ୍ଧ୍ୟାରେ ପ୍ରଧାନ ମନ୍ତ୍ରୀ ନରେନ୍ଦ୍ର ମୋଦୀ ଦେଶବାସୀଙ୍କୁ ଉଦବୋଧନ ଦେବା ପୂର୍ବକ ଏହି ତାଲା ବନ୍ଦ ସମ୍ପର୍କରେ ଘୋଷଣା କରିଥିଲେ । ଏହାପରେ କିଛି ଲୋକ ଭ୍ରମରେ ପଡ଼ି ଯାଇଥିଲେ । ଭାରତ ବନ୍ଦ ହେବ ବଜାରରେ କୌଣସି ଜିନିଷ ମିଳିବ ନାହିଁ  ଗୁଜବ ପ୍ରଚାର ହୋଇଯାଇଥିଲା। ପରେ କିଛି ଲୋକ ରାତିରାତି ୨୧ ଦିନ ପର୍ଯ୍ୟନ୍ତର ସଉଦା ଆଣିବା ପାଇଁ  ଜରାକୁ ବାହାରି ଯାଇଥିଲେ। ଲକ ଡାଉନ ସମୟରେ ଜାରି ହୋଇଥିବା ନିୟମ ସାମାଜି ଦୂରତ୍ବ ( ସୋସିଆଲ ଡିସଟାନସିଂ ) କେହି ମାନୁ ନ ଥିବା ଦେଖିବାକୁ ମିଳିଥିଲା । ଏହାର ମଧ୍ୟ ଫାଇଦା ଅସାଧୁ ବ୍ୟବସାୟୀ ଉଠାଇବା ସହ ଚଢା ଦରରେ ବିକ୍ରି କରିଥିଲେ । କିଛି ସମୟ ପରିସ୍ଥିତି ଅଣାୟତ ହୋଇଯାଇଥିଲା ପରେ ଖବର ପାଇ ପୁଲିସ ପ୍ରଶସନ ଆସି ଗହଲି ଭାଙ୍ଗିଥିଲେ। ଭାରତରେ ପ୍ରଚୁର ପରିମାଣରେ  ଖାଦ୍ୟଶସ୍ୟ ମହଜୁଦ ଅଛି ଏବଂ ଜରୁରୀ ପରିସ୍ଥିତି ସମୟରେ ଦେଶର ଦରିଦ୍ରଲୋକଙ୍କୁ  ଏହା ଅନୂନ୍ୟ ଦେଢବର୍ଷ  ପର୍ଯ୍ୟନ୍ତ ଖାଦ୍ୟ ଯୋଗାଇବାକୁ ସମର୍ଥ ହୋଇପାରିବ ବୋଲି ଭାରତୀୟ ଖାଦ୍ୟ ନିଗମ ପକ୍ଷରୁ କୁହାଯାଇଛି।

ଲକଡାଉନ ସମୟରେ ଅତ୍ୟାବଶ୍ୟକ ସାମଗ୍ରୀ  ଓ ଜରୁରୀ ସେବା ନେଇ ସ୍ବାରାଷ୍ଟ୍ର ମନ୍ତ୍ରାଲୟ ପକ୍ଷରୁ ଗାଇଡ ଲାଇନ ଜାରି କରାଯାଇଛି। ହସ୍ପିଟାଲ, ପେଟ୍ରୋଲ ପମ୍ପ, ବିଦ୍ୟୁତ, ଗ୍ୟାସ ସେବା ଜାରି ରହିବ । ଗ୍ରୋସରୀ , ଫଳ , କ୍ଷୀର, ପାଉଁରୁଟି, ବିସ୍କୁଟ, ପରିବା, ମାଛ, ମାଂସ  ବିକ୍ରି ହେବ । ଔଷଧ, କ୍ଷୀର ଓ ରାସନ ଦୋକାନ ଖୋଲା ରହିବ । କ୍ଷୀର ବୁଥରେ କେବଳ କ୍ଷୀର ବିକ୍ରି ହେବ , ଚା ଓ କଫି ବିକ୍ରି କରାଯାଇ ପାରିବ ନାହିଁ । ବ୍ୟାଙ୍କ , ଏଟିଏମ ସେବା, ବୀମା ଅଫିସ ଖୋଲା ରହିବ । କେନ୍ଦ୍ର, ରାଜ୍ୟ ଓ କେନ୍ଦ୍ରଶାସିତ ଅଞ୍ଚଳ ଅଧୀନ ସବୁ ଅଫିସ ବନ୍ଦ ରହିବ । ପୁଲିସ, ହୋମ ଗାର୍ଡ, ନାଗରିକ ସୁରକ୍ଷା ଅଗ୍ନିସମ ବିଭାଗ ଖୋଲା ରହିବ। ଜେଲ ଓ ବିପର୍ଯ୍ୟୟ ପରିଚାଳନା କାର୍ଯ୍ୟ ଜାରି ରହିବ । ପାନୀୟ ଜଳ ଯୋଗାଣ , ପରିମଳ ବ୍ୟବସ୍ଥାରେ ଅସୁବିଧା ହେବ ନାହିଁ । ଜିଲା ପ୍ରଶାସନ ଓ ଟ୍ରେଜେରୀ ଖୋଲା ରହିବ ।  ପୌରପାଳିକାର ଜରୁରୀ ସେବାରେ ସାମିଲ କର୍ମଚାରୀ ଅଫିସ ଆସିବେ ।

 

Comments are closed.