୭ ତାରିଖ ଯାଏଁ ବଢ଼ିଲା ଇ-ମେଧାବୃତ୍ତି ଆବେଦନ ସମୟ

ଭୁବନେଶ୍ବର : ଯୁକ୍ତଦୁଇ ଅଧ୍ୟୟନରତ ଛାତ୍ରଛାତ୍ରୀଙ୍କର ଇ-ମେଧାବୃତ୍ତି ଆବେଦନ ସମୟକୁ ବୃଦ୍ଧି କରାଯାଇଛି। ଉଚ୍ଚ ମାଧ୍ୟମିକ ଶିକ୍ଷା ନିର୍ଦେଶାଳୟ ପକ୍ଷରୁ ଆସନ୍ତା ୭ ତାରିଖ ଯାଏଁ ଏହାକୁ ବୃଦ୍ଧି କରାଯାଇଛି। ୨୭ ଫେବୃଆରୀ ପର୍ଯ୍ୟନ୍ତ ଇ-ମେଧାବୃତ୍ତି ଆବେଦନ ପାଇଁ ସମୟ ସୀମା ପୂର୍ବରୁ ଧାର୍ଯ୍ୟ କରାଯାଇଥିଲା। ତେବେ ରାଜ୍ୟରେ ବହୁ ଛାତ୍ରଛାତ୍ରୀ ବିଭିନ୍ନ କାରଣ ଯୋଗୁଁ ଆବେଦନ କରିବାରୁ ବଞ୍ଚିତ ହେବାରୁ ଏହାକୁ ବୃଦ୍ଧି କରାଯାଇଛି। ରାଜ୍ୟରେ ସମସ୍ତ କନିଷ୍ଠ ମହାବିଦ୍ୟାଳୟ ବିଦ୍ୟାର୍ଥୀ ନୂତନ ଆବେଦନ ଆସନ୍ତା ୭ ତାରିଖ ସୁଦ୍ଧା କରିପାରିବେ। ଏହା ଉଭୟ ସାମ୍ସ ଓ ଅଣସାମ୍ସ ବିଦ୍ୟାର୍ଥୀଙ୍କ ପାଇଁ ଲାଗୁ ହେବ। ଏନେଇ ଉଚ୍ଚ ମାଧ୍ୟମିକ ଶିକ୍ଷା ନିର୍ଦେଶାଳୟର ସ୍ବତନ୍ତ୍ର ସଚିବ ସୁନ୍ଦର ଲାଲ ସିଲ୍‌ ସମସ୍ତ କନିଷ୍ଠ ମହାବିଦ୍ୟାଳୟ ଅଧ୍ୟକ୍ଷଙ୍କୁ ଚିଠି ଲେଖି ଅବଗତ କରିଛନ୍ତି।

Comments are closed.