ନୟାଗଡ଼ରୁ ଭୁବନେଶ୍ଵର ମଧ୍ୟରେ ଚାଲିବ ଏକ୍ସପ୍ରେସ ଟ୍ରେନ

ଭୁବନେଶ୍ଵର : ଆସନ୍ତା ୧୫ତାରିଖ ମଙ୍ଗଳବାରଠାରୁ ନୟାଗଡ଼ରୁ ଭୁବନେଶ୍ଵର ମଧ୍ୟରେ ଏକ ଏକ୍ସପ୍ରେସ ଟ୍ରେନ ଚଳାଚଳ କରିବ। “ସେବା ସର୍ଭିସ ଏକ୍ସପ୍ରେସ ଟ୍ରେନ” ନାମରେ ଏହି ଟ୍ରେନ ଚଳାଚଳ କରିବ ବୋଲି ରେଳ ମନ୍ତ୍ରଣାଳୟ ପକ୍ଷରୁ ସୂଚନା ଦିଆଯାଇଛି।

“ସେବା ସର୍ଭିସ ଏକ୍ସପ୍ରେସ ଟ୍ରେନ” ସନ୍ଧ୍ୟା ୬ଟା ୪୦ରେ ଭୁବନେଶ୍ୱର ଛାଡ଼ି ରାତି ୮.୪୫ରେ ନୟାଗଡ଼ରେ ପହଞ୍ଚିବ। ସେହିପରି ତା’ପରଦିନ ସକାଳ ୬ଟା ୩୦ରେ ନୟାଗଡ଼ରୁ ଛାଡ଼ି ସକାଳ ୯ଟାରେ ଭୁବନେଶ୍ୱର ପହଞ୍ଚିବ।

ସୂଚନା ଯୋଗ୍ୟ, ବର୍ତ୍ତମାନ ଭୁବନେଶ୍ଵରରୁ ନୟାଗଡ଼ ମଧ୍ୟ ଦେଇ ବିଶାଖାପାଟଣା ଟାଟାନଗର ସୁପରଫାଷ୍ଟ ଏକ୍ସପ୍ରେସ ସପ୍ତାହକୁ ଗୋଟିଏ ଦିନ ଏବଂ ପୁରୀ ବଡବିଲ ଏକ୍ସପ୍ରେସ୍ ସପ୍ତାହକୁ ସବୁଦିନ ଯାତାୟତ କରୁଛି।

Comments are closed.