ବିବିଏମସିଏଚରେ ୨୦ ବେଡ ଆଇସିୟୁ ବ୍ୟବସ୍ଥା

ବଲାଙ୍ଗିର: ବଲାଙ୍ଗିର ଭୀମଭୋଇ ମେଡିକାଲ କଲେଜ ଡାକ୍ତରଖାନାରେ ୨୦ ବେଡ ବିଶିଷ୍ଟ କୋଭିଡ ଆଇସିୟୁ ଆରମ୍ଭ ହୋଇଥିବା ଜିଲା ପ୍ରଶାସନ ସୂଚନା ଦେଇଛି। ଗତ କିଛି ଦିନ ତଳେ କରୋନା ଡାଇଲିସିସ ବ୍ୟବସ୍ଥା ଆରମ୍ଭ ହୋଇଥିବା ବେଳେ ବହୁ କମ ସମୟ ଭିତରେ ଭୀମଭୋଇ ମେଡିକାଲ କଲେଜ ଡାକ୍ତରଖାନାରେ ଏହି ଆଇସିୟୁ ଆରମ୍ଭ ହୋଇପାରିଥିବା ଜଣାପଡିଛି।

ସୂଚନାଯୋଗ୍ୟ ଯେ, ଭୀମଭୋଇ ମେଡିକାଲ କଲେଜ ଡାକ୍ତରଖାନା ଉପରେ ବଲାଙ୍ଗିର, ବରଗଡ, ସୋନପୁର, କଲାହାଣ୍ଡି ଓ ନୂଆପଡା ଜିଲାର ବହୁ ପରିମାଣର ରୋଗୀ ନିର୍ଭର କରିଥାନ୍ତି। ତେବେ ଏହି କରୋନା ସମୟରେ କୋଭିଡ ବିଭାଗରେ ଭର୍ତ୍ତି ହେଉଥିବା ରୋଗୀ ମାନଙ୍କ ଆବଶ୍ୟକ ସଂଖ୍ୟକ ଆଇସିୟୁର ବ୍ୟବସ୍ଥା ନ ଥିବାରୁ ରୋଗୀ ମାନେ ଅନେକ ଅସୁବିଧା ଭୋଗ କରୁଥିଲେ। ତେବେ ବଲାଙ୍ଗିର ଜିଲାପାଳ ଭାବେ ଚଞ୍ଚଳ ରଣା ଯୋଗଦେବା ପରେ ୨୦ ବେଡ ବିଶିଷ୍ଟ କୋଭିଡ ଆଇସିୟୁ ପାଇଁ ଚେଷ୍ଟା କରିଥିଲେ। ଆଇସିୟୁ ପାଇଁ କଂଗ୍ରେସ ପକ୍ଷରୁ ମଧ୍ୟ ଦାବି କରାଯାଇଥିଲା। ପୂର୍ବରୁ ବିଧାୟକ ନରସିଂହ ମିଶ୍ର ମଧ୍ୟ ଏହି ଦାବି କରିଥିଲେ। ତେବେ କମ ସମୟ ଭିତରେ ଏହି ବ୍ୟବସ୍ଥା ଆରମ୍ଭ ହୋଇପାରିଥିବାରୁ ମେଡିକାଲ କଲେଜ ଡିନ, ଡାକ୍ତରଖାନା ଅଧ୍ୟକ୍ଷ ଓ ଅନ୍ୟ କର୍ମଚାରୀ ମାନଙ୍କୁ ପ୍ରଶଂସା କରାଯାଇଛି।

Comments are closed.