ଜିଲ୍ଲା ବିଜେପି ତରଫରୁ ୭୬ ଶକ୍ତି କେନ୍ଦ୍ରରେ ୧୦୦ ତମ ମନ୍ କୀ ବାତ୍ କାର୍ଯ୍ୟକ୍ରମ

ବୌଦ୍ଧ :  ବୌଦ୍ଧ ଜିଲ୍ଲା ବିଜେପି ତରଫରୁ ଆୟୋଜିତ ଜିଲ୍ଲାର ୭୬ଟି ଶକ୍ତି କେନ୍ଦ୍ର ମାନଙ୍କରେ ପୂର୍ବ ପ୍ରସ୍ତୁତି ପ୍ରକାରେ ବୁଥ ସ୍ତରରେ ସୁବ୍ୟବସ୍ଥିତ ଭାବରେ ଏହି କାର୍ଯ୍ୟକ୍ରମ ଆୟୋଜନ କରାଯାଇ ଥିଲା। ବୌଦ୍ଧ ବିଧାନ ସଭା ଅନ୍ତର୍ଗତ ୧୫ ନମ୍ୱର୍ ବୁଥ ସ୍ତରୀୟ ଜିଲ୍ଲା ବିଜେପି ସଭାପତି  ବିପ୍ର ଚରଣ ମହାନ୍ତିଙ୍କ ସଭାପତିତ୍ବରେ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା।
ଏହି କାର୍ଯ୍ୟକ୍ରମରେ ପ୍ରଥମେ ଜିଲ୍ଲାର କୃତୀ ସେବାନିବୃତ ଶିକ୍ଷାବିତ୍  ନୀଳମଣି ଶତପଥୀ  ଓ  ବିଝ୍ଞପିତ ଅଞ୍ଚଳ ପରିଷଦ ବୌଦ୍ଧର କୃତି ସଫେଇ କର୍ମଚାରୀ  କମଳ ଷାଣ୍ଢଙ୍କୁ  ତାଙ୍କର ମହତ ସେବା ପାଇଁ  ଉପଢୌକନ,ସହିତ ପୁଷ୍ପଗୁଚ୍ଛ  ପ୍ରଦାନ କରାଯାଇ ସ୍ୱମ୍ବର୍ଦ୍ଧିତ କରାଯାଇଥିଲା। ଜିଲ୍ଲାର ସମସ୍ତ ଶକ୍ତି କେନ୍ଦ୍ର ଗୁଡ଼ିକର ବୁଥ ସ୍ତରରେ ମନ କୀ ବାତ ଶୁଣିବା ପାଇଁ ମଣ୍ଡଳ ସଭାପତିଙ୍କ ସହିତ ଶକ୍ତିକେନ୍ଦ୍ରର ତ୍ରିଦେବଙ୍କ ସହିତ ବିଜେପି ନେତୃବୃନ୍ଦ ପ୍ରମୁଖ ଉପସ୍ଥିତ ଥିଲେ।
ଆଜିର ଏହି କାର୍ଯ୍ୟକ୍ରମ ଗୁଡିକରେ  ଜିଲ୍ଲା ବିଜେପି ସଭାପତି ଶ୍ରୀ ମହାନ୍ତିଙ୍କ ସହିତ ଜିଲ୍ଲା ବିଜେପି ନେତୃବୃନ୍ଦ କହ୍ନାଇଁ ଚରଣ ଡ।ଙ୍ଗ , ତାପସ କୁମାର ପଟ୍ଟନାୟକ, ସୁଶାନ୍ତ କୁମାର ବାଘ, ରାଜ କୁମାର ମେହେର, ମନୋରଞ୍ଜନ ଦାସ, ନମିତା ରାଣୀ ଦାସ, ନିରଞ୍ଜନ ଦାନୀ, ଅରୁଣ ସେଠୀ, ହରିହର ବହିଦାର, ଜୀବନ ପ୍ରଧାନ, ବଂଶୀଧର ନାୟକ, ସଂଗ୍ରାମ ବେହେରା, ରବି ଦେଓ, ଶମ୍ଭୁ ପ୍ରସାଦ ମୁଣ୍ଡା, ପିନାକ ରଣା, ଅନିଲ କୁମାର ପ୍ରଧାନ, ନବୀନ ହୋତା, ବାମନ ବାରିକ, ଶମ୍ଭୁ ପ୍ରଧାନ, ସୁଦାମ ମେଣ୍ଡିଲିଙ୍କ ସହିତ  ସମସ୍ତ ମଣ୍ଡଳ ସଭାପତି ଓ ବିଜେପି ନେତାମାନେ ନିଜ ନିଜ ବୁଥ ସ୍ତରୀୟ କାର୍ଯ୍ୟକ୍ରମରେ ଯୋଗଦାନ କରି ମନ କୀ ବାତ ଶୁଣିଥିଲେ ।

Comments are closed.