ନଭେମ୍ବରରେ ବିଧାନସଭା

ଭୁବନେଶ୍ବର: ଆସନ୍ତା ମାସରେ ବିଧାନସଭାର ଶୀତ ଅଧିବେଶନ ବସିବ। ବର୍ଷକ ମଧ୍ୟରେ ଗୃହ କାର୍ଯ୍ୟ ୬୦ଦିନ ଚାଲିବା ବିଧାନସଭା ବିଧି ବ୍ୟବସ୍ଥାରେ ରହିଛି। ଚଳିତବର୍ଷ ବସିଥିବା ଦୁଇଟି ଅଧିବେଶନରେ ଗୃହ କାର୍ଯ୍ୟ ମାତ୍ର ୨୦ ଦିନ ବସିଥିବା ବେଳେ ଆଉ ୪୦ ଦିନ ବସିବାକୁ ଅଛି। ଡିସେମ୍ବର ୩୧ ସୁଦ୍ଧା ଅଧିବେଶନ ସାରିବାକୁ ହେବ। ଏହା ଉପରେ ଆଲୋଚନା କରାଯାଇଛି। ତେବେ ଅଧିବେଶନ କେବେ ବସିବ ତାକୁ ନେଇ ରାଜ୍ୟପାଳଙ୍କ ନିଷ୍ପତ୍ତିକୁ ଅପେକ୍ଷା କରାଯାଇଥିବା ବାଚସ୍ପତି ସୂର୍ଯ୍ୟ ନାରାୟଣ ପାତ୍ର କହିଛନ୍ତି। ରାଜ୍ୟପାଳଙ୍କ ନିଷ୍ପତ୍ତି ପରେ ୪୦ ଦିନର କ୍ୟାଲେଣ୍ଡର ପ୍ରସ୍ତୁତ କରାଯିବ। ଅଧିବେଶନ ୪୦ ଦିନ ବସିବାକୁ ଥିବାରୁ ନଭେମ୍ବର ପ୍ରଥମ ସପ୍ତାହରେ ଶୀତକାଳୀନ ଅଧିବେଶନର ସମ୍ପର୍କରେ ଚିତ୍ର ସ୍ପଷ୍ଟ ହେବ ବୋଲି ସଂସଦୀୟ ବ୍ୟାପାର ବିଭାଗ ପକ୍ଷରୁ ସୂଚନା ମିଳିଛି।

Comments are closed.