ମୋବାଇଲ ଟାୱାରରୁ କ୍ରମାଗତ ବ୍ୟାଟେରୀ ଚୋରି ଅଭିଯୋଗ

ପାଟଣା : ପାଟଣା ବ୍ଲକ ଅନ୍ତର୍ଗତ ତୁରୁମୁଙ୍ଗା ଥାନା ଅଂଚଳର ବିଭିନ୍ନ ସ୍ଥାନରେ ଥିବା ମୋବାଇଲ ଟାୱାରରୁ କ୍ରମାଗତ ବ୍ୟାଟେରୀ ଚୋରୀ ଘଟଣା ଟେଲିସେବା ପ୍ରଦାନକାରୀ ସଂସ୍ଥାଙ୍କ ପାଇଁ ଚିନ୍ତାର କାରଣ ହେଲାଣି। ଇତି ମଧ୍ୟରେ ତୁରୁମୁଙ୍ଗାର ଏୟାରଟେଲ ଟାୱାର, ଚିଲିଦାର ବିଏସଏନଏଲ ଟାୱାର, ବାଉଁଶୂଳୀର ଏୟାରଟେଲ ଟାୱାର ଓ ଖିରେଇଟାଙ୍ଗିରୀର ଏୟାରଟେଲ, ବିଏସଏନଏଲ ଏବଂ ଜିଓ ପାଇଁ ମିଳିତ ଥିବା ଟାୱାରରୁ ୨୪ଟି ଲେଖାଏଁ ମୋଟ ୪ଟି ଟାୱାରରୁ ୯୬ଟି ବ୍ୟାଟେରୀ ଚୋରି ହୋଇଗଲାଣି। ଏନେଇ ପୁଲିସରେ ମଧ୍ୟ ଲିଖିତ ଅଭିଯୋଗ ହୋଇଛି। ତେବେ ଚୋରଙ୍କୁ ଏପର୍ଯ୍ୟନ୍ତ ଠାବ କରାଯାଇ ପାରି ନ ଥିବା ଜଣାପଡିଛି।