ଚୋରକୁ ଧରିଲେ, ନିର୍ଧୂମ୍‍ ଛେଚିଲେ

ନୀଳଗିରି: ବ୍ୟାଟେରୀ ଚୋରକୁ ନିସ୍ତୁକ ପିଟିଲେ ଗ୍ରାମବାସୀ । ବାଲେଶ୍ୱର ଜିଲ୍ଲା ରେମୁଣା ଥାନା ଅଞ୍ଚଳରୁ ୨ଜଣ ବ୍ୟାଟେରୀ ଚୋରଙ୍କୁ କାବୁ କରିବା ସହ ଗ୍ରାମବାସୀ ମାନେ ନିସ୍ତୁକ ମାଡ଼ ମାରିଛନ୍ତି । ସୂଚନା ମୁତାବକ, କ୍ରମାଗତ ଭାବେ ମିତ୍ରପୁର ଅଞ୍ଚଳରୁ ଟ୍ରକରୁ ବ୍ୟାଟେରୀ ଓ ତେଲ ଚୋରି ହେଉଥିଲା। ଏନେଇ ଟ୍ରକ ମାଲିକ ମାନେ ଚିନ୍ତାରେ ପଡିଥିଲେ । ମଛୁଆ ଅଞ୍ଚଳରେ ରାସ୍ତା କଡରେ ଛିଡା ହୋଇଥିବା କିଛି ଟ୍ରକରୁ ଶନିବାର ବିଳମ୍ବିତ ରାତିରେ ରେମୁଣା ଥାନା ଅଞ୍ଚଳର ଦୁଇଜଣ ଯୁବକ ବ୍ୟାଟେରୀ ଓ ଡିଜେଲ ଚୋରି କରୁଥିବା ବେଳେ ଧରା ପଡିଛନ୍ତି। ସେମାନଙ୍କୁ ଅଞ୍ଚଳବାସୀ କାବୁ କରି ନିସ୍ତୁକ ମାଡ଼ ମାରିଛନ୍ତି । ଅନ୍ୟପଟେ ନୀଳଗିରି ପୁଲିସ ଏହି ଘଟଣାରେ ବହୁ ବିଳମ୍ବରେ ସୂଚନା ପାଇଥିବା କୁହାଯାଉଥିଲେ ହେଁ ଏଯାବତ୍ ସେହି ସ୍ଥାନରେ ପହଞ୍ଚି ପାରିନାହିଁ ।

Comments are closed.