ଫୋନ୍‌ ବ୍ୟାଟେରୀ ଫାଟି ୧୨ ବର୍ଷ ବୟସ୍କ ବାଳକର ମୃତ୍ୟୁ

ଭୋପାଳ . – ଏକ ମୋବାଇଲ୍‌ ଫୋନ୍‌ ବ୍ୟାଟେରୀ ଫାଟିଯିବାରୁ ୧୨ ବର୍ଷ ବୟସ୍କ ବାଳକର ମୃତ୍ୟୁ ହୋଇଛି । ମଧ୍ୟପ୍ରଦେଶର ଧର୍‌ ଜିଲାରେ ଏହି ଘଟଣା ଘଟିଛି ।
କେକରା(କଙ୍କଡା) ଚାର୍ଜର କୁହାଯାଉଥିବା ଚାର୍ଜରରେ ବ୍ୟାଟେରୀ ଚାର୍ଜ କରୁଥିବା ବେଳେ ଏହି ଅଘଟଣ ଘଟିଥିଲା । ଫୋନ୍‌ ବ୍ୟାଟେରୀକୁ ଫୋନ୍‌ରୁ କାଢି ଏହି ଚାର୍ଜରେ ଚାର୍ଜ କରାଯାଇଥାଏ । ଚାର୍ଜରେ ଏହି ବ୍ୟାଟେରୀ ଫାଟିଯିବାରୁ ଘଟଣାସ୍ଥଳରେ ବାଳକୁ ଟଳି ପଡିଥିଲା । ତାକୁ ତୁରନ୍ତ ଡାକ୍ତରଖାନାକୁ ନିଆଯାଇଥିଲା । ହେଲେ ଡାକ୍ତର ତାକୁ ମୃତ ଘୋଷଣା କରିଥିଲେ । ଫୋନ୍‌ ବ୍ୟାଟେରୀ ଫାଟି ଅନେକ ଲୋକଙ୍କର ମୃତ୍ୟୁ ହେଉଥିବା ବେଳେ କିଛି ଲୋକ ଗୁରୁତର ହେଉଛନ୍ତି । ସାଧାରଣତଃ ନକଲି ଚାର୍ଜର ଓ ନକଲି ବ୍ୟାଟେରୀ ଯୋଗୁଁ ଏହି ଘଟଣା ଘଟୁଛି।

Comments
Loading...