ସୁରକ୍ଷା ପ୍ରସଙ୍ଗ ନେଇ ଭାରତ-ପାକ୍ ସୀମାରେ ବାଟାଲିୟନ କମାଣ୍ଡର ବୈଠକ

ଡେସ୍କ: ଭାରତ-ପାକିସ୍ତାନ ସୀମାରେ ଥିବା ବାରମର୍ ଜିଲ୍ଲାର ମୁନାବାଓ ଠାରେ ସୀମା ସୁରକ୍ଷା ପ୍ରସଙ୍ଗ ଉପରେ ବାଟାଲିୟନ କମାଣ୍ଡର ବୈଠକ ଅନୁଷ୍ଠିତ ହୋଇଯାଇଛି। ବାରମର୍ ସେକ୍ଟରର ବିଏସ୍ଏଫ୍ ବାଟାଲିଅନ୍ କମାଣ୍ଡର ଏବଂ ପାକିସ୍ଥାନ ରେଞ୍ଜର୍ସର ୱିଙ୍ଗ୍ କମାଣ୍ଡରଙ୍କ ମଧ୍ୟରେ ଏହି ବୈଠକ ଅନୁଷ୍ଠିତ ହୋଇଥିଲା। ଏହି ବୈଠକରେ ବିଏସ୍ଏଫ୍ କମାଣ୍ଡାଣ୍ଟ ଜି ଏଲ୍ ମୀନା ଭାରତର ପ୍ରତିନିଧିତ୍ବ କରିଥିବା ବେଳେ ଲେଫ୍ଟନାଣ୍ଟ କର୍ଣ୍ଣେଲ ମୁରାଦ ଅଲି ଖାନ ପାକିସ୍ତାନ ରେଞ୍ଜର୍ସର ୱିଙ୍ଗ କମାଣ୍ଡର ନେତୃତ୍ୱ ନେଇଥିଲେ। ନିକଟରେ ଆସାମ, ପଶ୍ଚିମବଙ୍ଗ ଏବଂ ପଞ୍ଜାବର ଅନ୍ତର୍ଜାତୀୟ ସୀମାର ୫୦ କିଲୋମିଟର ପର୍ଯ୍ୟନ୍ତ ଅନୁସନ୍ଧାନ, ଜବତ ଏବଂ ଗିରଫ ପାଇଁ ସୀମା ସୁରକ୍ଷା ବଳର ଅଧିକାରକୁ ବ୍ୟାପକ କରିବା ନିମନ୍ତେ ଗୃହ ମନ୍ତ୍ରଣାଳୟ ଏକ ବିଜ୍ଞପ୍ତି ଜାରି କରିଛି।

ବିଏସଏଫ ଅଧିନିୟମ ୧୯୬୮ ଅନୁଯାୟୀ ଏହି ବିଜ୍ଞପ୍ତିରେ ୨୦୧୪ ଆଦେଶକୁ ପରିବର୍ତ୍ତନ କରାଯାଇଛି ଯେଉଁଥିରେ ପୂର୍ବରୁ ମଣିପୁର, ମିଜୋରାମ, ତ୍ରିପୁରା, ନାଗାଲାଣ୍ଡ ଏବଂ ମେଘାଳୟ ଅନ୍ତର୍ଭୁକ୍ତ ଥିଲା। ଏହା ମଧ୍ୟ ବିଶେଷ ଭାବରେ ଦୁଇଟି ନୂତନ ହାବେ ସୃଷ୍ଟି ହୋଇଥିବା କେନ୍ଦ୍ରଶାସିତ ଅଂଚଳ ଜାମ୍ମୁ କାଶ୍ମୀର ଏବଂ ଲଦାଖ ବିଷୟରେ ଉଲ୍ଲେଖ ରହିଛି। ଭାରତ-ପାକିସ୍ତାନ ଯୁଦ୍ଧ ପରେ ୧୯୬୫ ମସିହାରେ ବିଏସ୍ଏଫ୍ ଗଠନ କରାଯାଇଥିଲା। ଗୃହ ମନ୍ତ୍ରଣାଳୟର ପ୍ରଶାସନିକ ନିୟନ୍ତ୍ରଣରେ ଥିବା ସାତଟି କେନ୍ଦ୍ରୀୟ ସଶସ୍ତ୍ର ପୁଲିସ ବାହିନୀ ମଧ୍ୟରୁ ଏହା ଅନ୍ୟତମ।

ଅନ୍ୟାନ୍ୟ କେନ୍ଦ୍ରୀୟ ସଶସ୍ତ୍ର ପୁଲିସ ବାହିନୀ ହେଉଛି ଆସାମ ରାଇଫଲ୍ସ, ଇଣ୍ଡୋ-ତିବ୍ଦତୀୟ ସୀମା ପୁଲିସ, କେନ୍ଦ୍ରୀୟ ଶିଳ୍ପ ସୁରକ୍ଷା ବଳ, ସେଣ୍ଟ୍ରାଲ ରିଜର୍ଭ ପୁଲିସ ଫୋର୍ସ, ଜାତୀୟ ସୁରକ୍ଷା ଗାର୍ଡ ଏବଂ ସଶସ୍ତ୍ର ସୀମା ବଳ। ପାକିସ୍ତାନ ଏବଂ ବାଂଲାଦେଶ ସୀମାରେ ପ୍ରାୟ ୨.୬୫ ଲକ୍ଷ ଫୋର୍ସ ନିୟୋଜିତ ହୋଇଛନ୍ତି। ଏହା ଇଣ୍ଡୋ-ପାକିସ୍ଥାନ ଆନ୍ତର୍ଜାତୀୟ ସୀମା, ଇଣ୍ଡୋ-ବାଂଲାଦେଶ ଆନ୍ତର୍ଜାତୀୟ ସୀମା, ଭାରତୀୟ ସେନା ସହିତ ଲାଇନ୍ ଅଫ୍ କଣ୍ଟ୍ରୋଲ୍ ଏବଂ ଆଣ୍ଟି-ନକ୍ସଲ୍ ଅପରେସନରେ ନିୟୋଜିତ ହୋଇଛି।

Comments are closed.