ଭାରତରେ ପହଞ୍ଚିଲା ଆଉ ୩ ରାଫେଲ

ନୂଆଦିଲ୍ଲୀ : ଫ୍ରାନ୍ସରୁ ଚତୁର୍ଥ ଦଫାରେ ଆଉ ତିନିଟି ରାଫେଲ ଯୁଦ୍ଧ ବିମାନ ଭାରତରେ ପହଞ୍ଚିଛି। ଏହାକୁ ମିଶାଇ ମୋଟ ୧୪ଟି ରାଫେଲ ଭାରତରେ ପହଞ୍ଚିଲାଣି। ବୁଧବାର ପହଞ୍ଚିଥିବା ୩ଟି ରାଫେଲ ଅମ୍ବାଲାସ୍ଥିତ ବିମାନବାହିନୀର ଗୋଲ୍‌ଡେନ୍‌ ଆରୋସ୍‌ ସ୍କ୍ବାଡ୍ରନରେ ସାମିଲ ହେବ। ୟୁନାଇଟେଡ ଆରବ ଏମିରେଟ୍ସ ଦେଇ ଭାରତ ଆସିଲାବେଳେ ସମାନ ସାଗର ଉପରେ ଏଥିରେ ଆକାଶ ମାର୍ଗରେ ଇନ୍ଧନ ଭର୍ତ୍ତି କରାଯାଇଥିଲା। ସୂଚନାଯୋଗ୍ୟ ଯେ ୨୦୨୦ ଜୁଲାଇ ୨୮ରେ ପ୍ରଥମ ଦଫାରେ ୫ଟି ରାଫେଲ ଭାରତରେ ପହଞ୍ଚିଥିଲା ଓ ସେପ୍ଟେମ୍ବର ୧୦ରେ ଏଗୁଡ଼ିକୁ ବିମାନବାହିନୀରେ ସାମିଲ କରାଯାଇଥିଲା। ଏପ୍ରିଲରେ ଆଉ ଏକ ଦଫାରେ ୪ଟି ରାଫେଲ ଭାରତକୁ ଆସିବ ଏବଂ ଏଗୁଡ଼ିକୁ ପଶ୍ଚିମବଙ୍ଗର ହାସିମରା ବିମାନ ଘାଟିରେ ନିୟୋଜିତ କରାଯିବ। ଫ୍ରାନ୍ସର ଦାସଲ୍ଟ ଆଭିଏସନ୍‌ଠାରୁ ୫୯ହଜାର କୋଟି ଟଙ୍କା ମୂଲ୍ୟରେ ମୋଟ ୩୬ଟି ରାଫେଲ ଯୁଦ୍ଧ ବିମାନ କିଣିବା ପାଇଁ ଭାରତ ଚୁକ୍ତିବଦ୍ଧ ହୋଇଛି। ୨୦୨୨ ସୁଦ୍ଧା ସବୁଗୁଡ଼ିକ ଭାରତରେ ପହଞ୍ଚିବା ଲକ୍ଷ୍ୟ ରହିଛି।

Comments are closed.