ବନ୍ଧୁ ମିଳନ ଅବସରରେ ଭିନ୍ନକ୍ଷମଙ୍କୁ ୩ ଚକିଆ ସାଇକେଲ ପ୍ରଦାନ

ଯାଜପୁର : ଯାଜପୁର ବରୀ ବ୍ଲକ ଭଳି ନୂଆଗାଁ ସ୍ଥିତ ନବ ଭାରତୀ ବିଦ୍ୟା ଭବନର ୧୯୮୯ ମସିହା ମାଟ୍ରିକ ବ୍ୟାଚର ବନ୍ଧୁ ମିଳନ ସ୍କୁଲ ପରିସରରେ ଅନୁଷ୍ଠିତ ହୋଇଯାଇଛି । ଏହି ବନ୍ଧୁ ମିଳନ କାର୍ଯ୍ୟକ୍ରମରେ ବହୁ ପୁରାତନ ଛାତ୍ରଛାତ୍ରୀ, ଶିକ୍ଷକ ଶିକ୍ଷୟତ୍ରୀ ଯୋଗ ଦେଇ ପୁରୁଣା ଦିନକୁ ମନେ ପକାଇଥିଲେ । ଆଗାମୀ ଦିନରେ ବିଦ୍ୟାଳୟର ଉନ୍ନତି ପାଇଁ ବିଭିନ୍ନ ପଦକ୍ଷେପ ନେବାକୁ ଆଲୋଚନା କରିଥିଲେ । ଏହି ଅବସରରେ ପୁରାତନ ଶିକ୍ଷକ ଶିକ୍ଷୟିତ୍ରୀଙ୍କୁ ସମ୍ବର୍ଦ୍ଧିତ କରିବା ସହିତ ଭିନ୍ନକ୍ଷମଙ୍କୁ ୩ ଚକିଆ ସାଇକେଲ ପ୍ରଦାନ କରିିଥିଲେ । ବନ୍ଧୁ ମିଳନ ଆଳରେ ବିଭିନ୍ନ ସ୍ଥାନରେ ଭୋଜି ଭାତ ଆୟୋଜନ କରାଯାଉଥିବା ବେଳେ ଏଠାରେ ଏଭଳି ଏକ କାର୍ଯ୍ୟକ୍ରମକୁ ସାଧାରଣରେ ପ୍ରଶଂସା କରାଯାଇଛି ।

Comments are closed.