ପିକଅପ୍ ଧକ୍କାରେ ବାଇକ ଆରୋହୀ ମୃତ, ୨ ଗୁରୁତର

ବସୁଦେବପୁର: ଭଦ୍ରକ ଜିଲା ବାସୁଦେବପୁର ଥାନା ଅନ୍ତର୍ଗତ ପଦ୍ମପୁର ବଜାର ପୋଲ ନିକଟରେ ସୋମବାର ମର୍ମନ୍ତୁଦ ସଡକ ଦୁର୍ଘଟଣା ଘଟିଛି। ଏକ ପିକଅପ ଓ ବାଇକ ମୁହାଁମୁହିଁ ଧକ୍କା ଫଳରେ ଘଟଣା ସ୍ଥଳରେ ଜଣଙ୍କର ମୃତ୍ୟୁ ଘଟିିଥିବା ବେଳେ ବାଇକରେ ଥିବା ଜଣେ ଶିଶୁ ସମେତ ୨ ଜଣ ଗରୁତୁର ଆହତ ହୋଇଛନ୍ତି। ମୃତକ ଜଣଙ୍କ ନାମ ଆଲୋକ ବାରିକ ବୋଲି ଜଣା ପଡ଼ିଛି।

ଏହାର ପ୍ରତିବାଦରେ ସ୍ଥାନୀୟଲୋକେ କ୍ଷତିପୂରଣ ଓ ଫାଣ୍ଡି ଦାବି କରି ଟାୟାର ଜାଳି ରାସ୍ତାକୁ ଉହ୍ଲାଇଛନ୍ତି।

 

Comments are closed.