ଭିଜିଲାନ୍ସ ଜାଲରେ ପୂର୍ବତନ ସରପଞ୍ଚ

ବାସୁଦେବପୁର : ଭଦ୍ରକ ଜିଲା ବାସୁଦେବପୁର ଗ୍ରାମର ବରଣ୍ଡୁଆ ସେବାସମିତି ସଭାପତି ତଥା ପୂର୍ବତନ ସରପଞ୍ଚ ନଗେନ୍ଦ୍ର ବିଶ୍ୱାଳଙ୍କ ବାସଭବନ ସମେତ ୧୦ଟି ସ୍ଥାନରେ ଗୁରୁବାର ଭିଜିଲାନ୍ସ ଚଢାଉ କରିଛି। ଆୟ ବର୍ହିଭୂତ ସମ୍ପତ୍ତି ଠୁଳ ଅଭିଯୋଗରେ ଭିଜିଲାନ୍ସ ଏହି ଚଡାଉ କରିଥିବା ସୂଚନା ମିଳିଛି। ଆଜି ସକାଳେ ଭିଜିଲାନ୍ସର ଏକଟିମ ପ୍ରଥମେ ନଗେନ୍ଦ୍ରଙ୍କ ବାସଭବନରେ ଚଢାଉ କରିବା ପରେ ନଗେନ୍ଦ୍ରଙ୍କ ପେଟ୍ରୋଲ ପମ୍ପ, ରାଇସ ମିଲ୍‍ ଭଳି ବିଭିନ୍ନ ସ୍ଥାନରେ ଚଢାଉ ଜାରି ରଖିଛି। ବର୍ତ୍ତମାନ ସୁଦ୍ଧା ବହୁ ଗୁରୁତ୍ୱପୂର୍ଣ୍ଣ କାଗଜପତ୍ର ଜବତ ହୋଇଥିବା ଜଣାପଡ଼ିଛି। ଚଢାଉ ଜାରି ରହିଥିବାରୁ ଅଧିକ ସୂଚନା ମିଳିପାରି ନାହିଁ।

Comments are closed.