ଶରଦଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ଦାବି କଲେ ବସୁନ୍ଧରା

0

ଝଲୱର : ବିରୋଧୀ ଦଳ ନେତା ଶରଦ ଯାଦବଙ୍କ ମନ୍ତବ୍ୟ ଉପରେ ଶୁକ୍ରବାର ପ୍ରତିକ୍ରିୟା ରଖିଛନ୍ତି ରାଜସ୍ଥାନ ମୁଖ୍ୟମନ୍ତ୍ରୀ ବସୁନ୍ଧରା ରାଜେ ସିନ୍ଧିଆ। ସେ ମୋଟି ହୋଇଗଲେଣି ବୋଲି ଶରଦ ଗୁରୁବାର ଯେଉଁ ମନ୍ତବ୍ୟ ଦେଇଥିଲେ ତାହା ତାଙ୍କୁ ଅପମାନିତ କରିଛି ଓ ଏହା ଉପରେ ନିର୍ବାଚନ ଆୟୋଗ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବା ଉଚିତ ବୋଲି ବସୁନ୍ଧରା କହିଛନ୍ତି। ଶରଦଙ୍କ ମନ୍ତବ୍ୟ କେବଳ ତାଙ୍କୁ ନୁହେଁ; ସମଗ୍ର ନାରୀ ଜାତିକୁ ଅପମାନିତ କରିଥିବା ବସୁନ୍ଧରା କହିଛନ୍ତି।
ଶରଦଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ଅନ୍ୟମାନଙ୍କ ପାଇଁ ଦୃଷ୍ଟାନ୍ତ ହେବ ବୋଲି ସେ ମତବ୍ୟକ୍ତ କରିଛନ୍ତି। ଏହି ପରିପ୍ରେକ୍ଷୀରେ ରାଜ୍ୟ ବିଜେପି ପକ୍ଷରୁ ନିର୍ବାଚନ ଆୟୋଗଙ୍କ ଦୃଷ୍ଟି ଆକର୍ଷଣ କରାଯାଇଛି। ବସୁନ୍ଧରା ଶୁକ୍ରବାର ଏଠାରେ କେବଳ ମହିଳାଙ୍କ ପାଇଁ ଉଦ୍ଦିଷ୍ଟ ମତଦାନ କେନ୍ଦ୍ରରେ ନିଜର ମତଦାନ ସାବ୍ୟସ୍ତ କରିଛନ୍ତି। ଶରଦ ଅଲୱରଠାରେ କହିଥିଲେ ଯେ ବସୁନ୍ଧରା ଆମ ମଧ୍ୟପ୍ରଦେଶର ଝିଅ, ପୂର୍ବରୁ ସେ ପତଳି ଥିଲେ, ଏବେ ମୋଟି ହୋଇଗଲେଣି, ତାଙ୍କ ଶରୀର ଓଜନ ବଢ଼ିଗଲାଣି। ସେ ଥକି ପଡ଼ୁଛନ୍ତି; ତାଙ୍କୁ ବିଶ୍ରାମ ଦିଆଯିବା ଆବଶ୍ୟକ। ଶୁକ୍ରବାର ଶରଦ ଏହି ପ୍ରସଙ୍ଗରେ କହିଛନ୍ତି ଯେ ସେ ଯାହା କହିଥିଲେ ​‌େ​‌କବଳ ମଜାରେ।
ବସୁନ୍ଧରାଙ୍କ ସହିତ ତାଙ୍କର ପୁରୁଣା ସମ୍ପର୍କ ଥିବାରୁ ସେ ଏଭଳି ମଜାରେ କହିଥିଲେ। ଏଥିରେ ଅପମାନ ବୋଧ କଲାଭଳି କୌଣସି କଥା ନାହିଁ।

Leave A Reply