ବିଶିଷ୍ଟ ଚିତ୍ରଶିଳ୍ପୀ ବାସୁଦେବଙ୍କ ହସ୍ତରେ ରାମ ମନ୍ଦିର ଚିତ୍ର

ବଲାଙ୍ଗିର: ଅବିଭକ୍ତ ବଲାଙ୍ଗିର ଜିଲାର ବିଶିଷ୍ଟ ଚିତ୍ରଶିଳ୍ପୀ ବାସୁଦେବ ମେହେରଙ୍କ ହସ୍ତରେ ଅଯୋଧ୍ୟର ରାମ ମନ୍ଦିର ଚିତ୍ର ବେଶ ଶୋଭା ପାଉଛି। ଦେଶ ବିଦେଶରେ ପ୍ରସିଦ୍ଧି ଲାଭ କରିଥିବା ତାଙ୍କ ପ୍ରତିଟି ଚାରୁ ଓ କାରୁ କଳାକାର୍ୟ୍ୟ ବେଶ ଉଚ୍ଚକୋଟିର। ସାମାଜିକ ଗଣମାଧ୍ୟମରେ ତାଙ୍କ ଦ୍ୱାରା ଅଙ୍କା ଯାଇଥିବା କାନଭାସର ଚିତ୍ର ବେଶ ଆକର୍ଷଣୀୟ ହୋଇଥିବା ବେଳେ ଦେଖଣାହାରୀମାନେ ମଧ୍ୟ ବେଶ ପସନ୍ଦ କରିଛନ୍ତି। ବିଭିନ୍ନ ସମୟରେ ଅଯୋଧ୍ୟା ଯିବାର ସୁଯୋଗ ମିଳିଥିବା ବେଳେ ନିର୍ମାଣ ହେବାକୁ ଥିବା ଭବ୍ୟ ରାମ ମନ୍ଦିର ସ୍ଥଳୁ ଯାଇ ପାରିନଥିଲେ। ରାଜ୍ୟ ତଥା କେନ୍ଦ୍ର ସରକାରଙ୍କ ଆନୁଖୂଲ୍ୟରେ ହୋଇଥିବା ଏକ କାର୍ୟ୍ୟକ୍ରମ ଜରିଆରେ ଗତ ୫ ବର୍ଷ ତଳେ ଅର୍ଥାତ ୨୦୧୫ ମସିହାରେ ଅଯୋଧ୍ୟାର ସେ ସବୁ ଦୁର୍ଲଭ ଦୃଶ୍ୟ ଦେଖିବାକୁ ପାଇଥିଲେ।

ଏହାରି ଭିତରେ ଅନେକ ଚିତ୍ର ଆଙ୍କିଥିବା ବେଳେ ରାମ ମନ୍ଦିର ଚିତ୍ର ଆଙ୍କି ଚର୍ଚ୍ଚାକୁ ଆସିଛନ୍ତି ସେ। ତାଙ୍କ ବରପାଲି ପଡା ସ୍ଥିତ ଘରେ ଏ ନେଇ ଫଟୋଚିତ୍ର ଗୁଡିକ ଶୋଭାପାଉଛି। ସେ ଜଣେ ଅବସରପ୍ରାପ୍ତ ଚିତ୍ର କଳା ଶିକ୍ଷକ ହୋଇଥିବା ବେଳେ ଉଭୟ ବଲାଙ୍ଗିର ଓ ସୋନପୁର ଜିଲାର ଶିକ୍ଷକ ଟ୍ରେନିଂ ସ୍କୁଲରେ କଳା ଶିକ୍ଷକ ଭାବେ ଦୀର୍ଘ ବର୍ଷ ଧରି କାମ କରିଛନ୍ତି।

Comments are closed.